କୋହିମା: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ନିଷ୍ଠୁରତାର ଏଭଳି ଏକ ଫୋଟ ଭାଇରାଲ ହେବାରେ ଲାଗିଥିଲା ଯେଉଁଥିରେ କୁକୁରମାନେ ବୋରା ରେ ବନ୍ଧା ହୋଇଥିବାର ଦେଖାଯାଇଥିଲା। ଜଣେ ସୋସିଆଲମିଡ଼ିଆ ବ୍ୟବହାରକାରୀ ଏହି ଫଟୋ ଟ୍ୱିଟରରେ ସେୟାର କରି ଲେଖିଥିଲେ ଯେ ଏହି କୁକୁରମାନଙ୍କୁ ମାଂସ ପାଇଁ ଚୋରା ଚାଲାଣ କରାଯାଉଛି ଏବଂ ପଶ୍ଚିମବଙ୍ଗରୁ ନାଗାଲାଣ୍ଡକୁ ନିଆଯାଉଛି। ଏହି ଦୁଃଖଦ ଫୋଟ ଦେଖିବା ପରେ ଲୋକମାନେ ଏହା ଉପରେ କ୍ରମାଗତ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଫଳ ସ୍ୱରୂପ ନାଗାଲାଣ୍ଡରେ କୁକୁରର ମାଂସ ଉପରେ ନିଷେଧାଦେଶ ଲଗାଯାଇ ଥିବା ସୂଚନା ମିଳିଛି।
ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ଏନ କ୍ରୋନୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ କୁକୁରମାନଙ୍କର ବାଣିଜ୍ୟିକ ଆମଦାନୀ ତଥା ବାଣିଜ୍ୟ ତଥା କୁକୁର ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୁକୁରର ଉଭୟ ରନ୍ଧା ଏବଂ କଞ୍ଚା ମାଂସ ଉପରେ ମଧ୍ୟ ନିଷେଧାଦେଶ ଲାଗୁ କରାଯାଇଛି।
ପଶୁ ନିଷ୍ଠୁରତା ନିବାରଣ ଆଇନ (Animal Cruelty Prevention Act) 1960 ଅନୁଯାୟୀ ଏହି ନିଷେଧାଦେଶ ଲାଗୁ କରାଯାଇଛି। ଏହା ସହିତ ସରକାର ତୁରନ୍ତ ପ୍ରଭାବରେ ରାଜ୍ୟରେ ବାଣିଜ୍ୟିକ ଆମଦାନୀ ଏବଂ ଘୁଷୁରିର ବାଣିଜ୍ୟକୁ ମଧ୍ୟ ବନ୍ଦ କରିଦେଇଛନ୍ତି, କ୍ରୋନୁ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଘୁଷୁରି ଯୋଗୁଁ ସ୍ୱାଇନ ଫ୍ଲୁ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହାକୁ କ୍ୟାବିନେଟ ମଧ୍ୟ ଅନୁମୋଦନ ମିଳିଛି।