୨୦ ସପ୍ତାହ ପୂର୍ବରୁ ମାଆ ଗର୍ଭରୁ ଆସି ମଧ୍ୟ ବଂଚିଗଲା ଶିଶୁର ଜୀବନ , ଲୋକେ କହିଲେ ସବୁ ଭଗବାନଙ୍କ ଇଚ୍ଛା, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ସଂସ୍କାର: ବର୍ମିଂହାମ୍‌ର ଏକ ସ୍ଥାନ ହେଉଛି ଆଲାବାମା। ବର୍ତ୍ତମାନ ଦୁନିଆର ସବୁଠାରୁ ଅପରିପକ୍ୱ ( ଡାକ୍ତର ଦେଇଥିବା ସମୟ ପୂର୍ବରୁ ଜନ୍ମ ଶିଶୁ) ଶିଶୁର ଜନ୍ମର ରେକର୍ଡ ଏଠାରେ ସୃଷ୍ଟି ହୋଇଛି। ଶିଶୁଟି ଡାକ୍ତର ଦେଇଥିବା ତାରିଖର ୨୦ ସପ୍ତାହ ପୂର୍ବରୁ ହିଁ ଶୀଘ୍ର ଜନ୍ମ ହୋଇ ଯାଇଥିଲା। ଜନ୍ମ ସମୟରେ ଶିଶୁଟିର ଓଜନ ୪୨୦ ଗ୍ରାମ ରହିଥିଲା। ଡାକ୍ତରଙ୍କ ସମେତ ପିଲାଟିର ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକ ପିଲାଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ଆଜି ଶିଶୁଟିକୁ ଜନ୍ମ ହେବାର ପ୍ରାୟ ୧୬ ମାସ ହୋଇସାରିଛି। ଆଉ ଶିଶୁଟି ସୁସ୍ଥ ଅଛି।

ତେବେ ପିଲାଟି କିପରି ସୁସ୍ଥ ଭବରେ ବଞ୍ଚିଗଲା ତାହା ଅନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠିତ ଥିବା ଗଣମାଧ୍ୟମ ” ଦି ମିରର୍ ” ଏହାର ଏକ ରିପୋର୍ଟରେ ପ୍ରସ୍ତୁତ କରିଛି। ଅନ୍ୟପଟେ ଗିନିଜ ୱାର୍ଲ୍ଡ ରେକର୍ଡ ବର୍ତ୍ତମାନ ନିଶ୍ଚିତ କରିଛି ଯେ କୁର୍ଟିସ୍ ୧୩୨ ଦିନ (ପ୍ରାୟ ୧୯ ସପ୍ତାହ) ରେ ଜନ୍ମ ହୋଇଥିଲେ। ତେବେ ଏଠାରେ ଆମେ ସୂଚନା ଦେବାକୁ ଚାହିଁବୁ ଯେ, ଜନ୍ମ ହୋଇଥିବା ଶିଶୁଟିର ନାମ କୁର୍ଟିସ୍। ଆଉ ସେ ବର୍ତ୍ତମାନ ହୋଇସାରିଛନ୍ତି ଦୁନିଆର ସବୁଠାରୁ ଅପରିପକ୍ୱ ଶିଶୁ। ଅନ୍ୟପଟେ ଶିଶୁ ବିଶେଷଜ୍ଞ ଡାକ୍ତରଙ୍କ ଅନୁଯାୟୀ ଏକ ନବଜାତ ଶିଶୁର ହାରାହାରି ଓଜନ ପ୍ରାୟ ୭.୫ ପାଉଣ୍ଡ ରହିଥାଏ। ଯାହାକି ୩.୫ କିଲୋଗ୍ରାମ ହୋଇଥାଏ। ଏଥି ସହିତ, ଜନ୍ମର ୪୦ ସପ୍ତାହ ପରେ ଶିଶୁର ସଠିକ ଓଜନ ଆସିଥାଏ ବୋଲି ବିବେଚନା କରାଯାଏ।

ତେବେ ଏହି ଅପରିପକ୍ୱ ଶିଶୁର ନାମ ହେଉଛି କାର୍ଟିସ୍ ମିନ୍ସ। କାର୍ଟିସ୍ ମିନ୍ସର ମାତା ମିସେଲ ବଟଲର ୪ ଜୁଲାଇ ୨୦୨୦ ରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଯନ୍ତ୍ରଣା ଅସହ୍ୟ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହା ପରେ, ମିସେଲ ପରଦିନ ଅପରାହ୍ନରେ ଯାଆଁଳା ଶିଶୁ କାର୍ଟିସ୍ ଏବଂ କ୍ୟାସିଆଙ୍କୁ ଜନ୍ମ ଦେଇଥିଲେ। ମାତ୍ର ଗୋଟିଏ ଦିନ ପରେ କ୍ୟାସିୟାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଡାକ୍ତରମାନେ କାର୍ଟିସଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସେତେବେଳେ ଡାକ୍ତର ବ୍ରାଏନ୍ ସିମ୍ ଶିଶୁର ଯତ୍ନ ନେଉଥିଲେ। ସେ କହିଥିଲେ ଯେ ଯାଆଁଳା ଶିଶୁଙ୍କ ବଞ୍ଚିବାର ସମ୍ଭାବନା ଅଳ୍ପ। କିନ୍ତୁ ଗୋଟିଏ ଶିଶୁକୁ ବଞ୍ଚାଇ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ଏହି ଡାକ୍ତର। ଆଉ ଶିଶୁଟି ବି ସମୟ ପୂର୍ବରୁ ଜନ୍ମ ହୋଇ ଏକ ବିରଳ ରେକର୍ଡ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *