କୁଆଁରୀ ଝିଅଙ୍କୁ ଯୌନଦାସୀ କରାଉଛନ୍ତି ଆତଙ୍କୀ ତାଲିବାନ, ସମ୍ଭୋଗ କରିବା ପାଇଁ କରୁଛନ୍ତି ବାଧ୍ୟ !

ସଂସ୍କାର : ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନକୁ କବଜା କରିଛନ୍ତି ଆତଙ୍କବାଦୀ ସଙ୍ଗଠନ ତାଲିବାନ। ତାଲିବାନ ଶାସନ ଯେ, କେତେ କଷ୍ଟସାଧ୍ୟ ତାହା ସମସ୍ତେ ଜାଣନ୍ତି। ଆଉ ଏହି ତାଲିବାନଙ୍କ ଭୟରେ ନିଜ ଦେଶ ଛାଡି ଅନ୍ୟ ଦେଶ ମାନଙ୍କୁ ପଳାଉଛନ୍ତି ଆଫଗାନବାସୀ। ଏଠାକାର ପରିସ୍ଥିତି ଏପରି ହୋଇଗଲାଣି ଯେ, କ୍ଷମତା ଓ ଶାସନ ପାଇବାର ମୋହରେ ଅନ୍ଧ ହୋଇ ଆତଙ୍କୀ ତାଲିବାନୀମାନେ ମହିଳାଙ୍କୁ ଯୌନଦାସୀ କରିସାରିଲେଣି।

ଜୋର ଜବରଦସ୍ତ ସେମାନଙ୍କ ହୁକୁମ୍‌ ମାନି ଚଳିବାକୁ କୁହାଯାଉଛି। ଫଳରେ ଆଫଗାନିସ୍ତାନରେ ମହିଳାଙ୍କ ଦୟନୀୟ ଅବସ୍ଥା ବଢ଼ିବାରେ ଲାଗିଛି। ଏପରିକି କୁଆଁରୀ ଝିଅଙ୍କୁ ଘର ଘର ଖୋଜି ଯୌନଦାସୀ କରୁଛନ୍ତି ତାଲିବାନୀ। ଆଉ ସେମାନଙ୍କ ସହ ସମ୍ଭୋଗ କରିବା ପାଇଁ କରୁଛନ୍ତି ବାଧ୍ୟ ଆତଙ୍କୀ ତାଲିବାନି।

ଅନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ତାଲିବାନିମାନେ ୧୨ ବର୍ଷୀୟା ଝିଅଠୁ ଆରମ୍ଭ କରି ୪୫ ବର୍ଷର ମହିଳାଙ୍କ ତାଲିକା ତିଆରି କରୁଛନ୍ତି। ଆଉ ସେମାନଙ୍କୁ ଅପହରଣ କରି ଯୌନଦାସୀ ବନାଉଛନ୍ତି। ଏଭଳି ଆତଙ୍କ ଭୟରେ ମହିଳାମାନେ ଦେଶ ଛାଡ଼ି ପଳାଇବାକୁ ଉଦ୍ୟମ କରୁଛନ୍ତି। ଅନେକ ଲୋକ ବର୍ତ୍ତମାନ ଆଫଗାନିସ୍ତାନ ଛାଡି ଅନ୍ୟଦେଶକୁ ପଳାଇଲେଣି। କିନ୍ତୁ ଏବେବି ଅନେକ ସେଠାରେ ଫସି ରହିଛନ୍ତି। ଯାହାକି ସେମାନଙ୍କ ପାଇଁ ବିପଦ ହୋଇଛି। ସେମାନେ ଆତଙ୍କୀ ତାଲିବାନଙ୍କ ଶୋଷଣର ଶିକାର ହେଉଛନ୍ତି।

Leave a Reply

Your email address will not be published. Required fields are marked *