ଆଫଗାନିସ୍ତାନରେ ସାମ୍ବାଦିକଙ୍କୁ ଉଲଗ୍ନ କରି ମାଡ଼ ମାରିଲେ ତାଲିବାନି

ସଂସ୍କାର : ଦୀର୍ଘ ୨୦ ବର୍ଷ ପରେ ପୁଣି ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ନିଜର ଛବି ସୃଷ୍ଟି କରିସାରିଲେଣି। ସେମାନଙ୍କର ଅତ୍ୟାଚାର ଶିକାର ହେଉଛନ୍ତି ଆଫଗାନିସ୍ତାନର ବାସିନ୍ଦା। ଏହିକ୍ରମରେ ଦୁଇ ଜଣ ସାମ୍ବାଦିକଙ୍କୁ ଉଲଗ୍ନ କରି ମାଡ଼ ମାରିଛନ୍ତି ତାଲିବାନମାନେ। ଯାହାର ଏକ ଫୋଟ ନ୍ୟୁୟର୍କ ଟାଇମ୍ସ ସେୟାର କରିଛି। ତାଲିବାନମାନେ ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ବର୍ତ୍ତମାନ ଭୟଭୀତ କରାଇବା ଭଳି କିଛି ଚିତ୍ର ପ୍ରକାଶ ପାଇବାରେ ଲାଗିଛି। ଆଉ ସେହି ଚିତ୍ର ମାନଙ୍କ ମଧ୍ୟରୁ ଏହା ଗୋଟିଏ। ଆଫଗାନିସ୍ତାନରେ ଅନେକ ସାମ୍ବାଦିକଙ୍କୁ ମାଡ ମରାଯାଉଥିବାର ଖବର ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ତାଲିବାନଙ୍କ ଦ୍ୱାରା ଦୁଇଜଣ ସାମ୍ବାଦିକଙ୍କୁ ଉଲଗ୍ନ କରି ମାଡ ଦିଆଯିବାର ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି।

ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ ସାମ୍ବାଦିକଙ୍କର ଏହି ଚିତ୍ରକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି। ଏହି ଟ୍ୱିଟରେ ନ୍ୟୁୟର୍କ ଟାଇମ୍ସ ଲେଖିଛି ଯେ, ଗତକାଲି ଅର୍ଥାତ ସେପ୍ଟେମ୍ବର ୮ ତାରିଖରେ କାବୁଲରେ ଦୁଇଜଣ ସାମ୍ବାଦିକଙ୍କୁ ଉଲଗ୍ନ କରି ମାଡ଼ ମରାଯିବା ସହିତ ନିର୍ଯାତନା ଦିଆଯାଇଥିଲା। ତେବେ ଅନ୍ୟପକ୍ଷରେ ଲସ୍ ଆଞ୍ଜେଲସ୍ ଭିତ୍ତିକ ସାମ୍ବାଦିକ ମାର୍କସ୍ ୟାମ ଟ୍ୱିଟ୍ କରି ଦାବି କରିଛନ୍ତି ଯେ ତାଲିବାନର ଅତ୍ୟାଚାରର ଶିକାର ହୋଇଥିବା ଏହି ଦୁଇ ସାମ୍ବାଦିକ ଇଟିଲାଟ୍ରୋଜର ସାମ୍ବାଦିକ ଅଟନ୍ତି। ସେମାନଙ୍କର ନାମ ନେମାଟ୍ କ୍ୟାଶ୍ ଏବଂ ଟାକି ଦାରିୟାବି। ମହିଳା ମାନଙ୍କୁ ସୁରକ୍ଷା ଦେବା ସମୟରେ ଏହି ଦୁଇ ସାମ୍ବାଦିକଙ୍କୁ ଅଟକ ରଖି ତାଲିବାନିମାନେ ମନଇଚ୍ଛା ମାଡ଼ ମାରିଥିଲେ।

ସୂଚନାଯୋଗ୍ୟ ଯେ , ଗତ ମାସରେ ତାଲିବାନିମାନେ କାବୁଲ କବଜା କରିବା ପରଠାରୁ ସେଠାରେ ସାଧାରଣ ନାଗରିକଙ୍କୁ ମାଡ ମାରୁଥିବାର ଖବର ନଜର ଆସିଛି ଏବଂ ସାମ୍ବାଦିକମାନେ ଏହାକୁ ରୋକିବାରୁ ସେମାନଙ୍କୁ ମଧ୍ୟ ମାଡ଼ ଦିଆଯାଉଛି।

Leave a Reply

Your email address will not be published. Required fields are marked *