ସଂସ୍କାର: ଆଫଗାନିସ୍ତାନକୁ ୨୨ ବର୍ଷ ପରେ କବଜା କରି ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି ତାଲିବାନୀ। ଜଣ ଜଣ କରି ପ୍ରତ୍ୟେକ ଆଫଗାନିବାସୀଙ୍କୁ ନାନା ପ୍ରକାରର ଅସୁବିଧାରେ ପକାଉଛନ୍ତି ତାଲିବାନୀ। ଏମିତିକି ଲୋକଙ୍କୁ ଜୀବନରୁ ମାରିବାକୁ ମଧ୍ୟ ପଛାଉନାହାନ୍ତି ଏମାନେ। ଏହି କ୍ରମରେ ଆଫଗାନିସ୍ତାନର ନାନଗରହାର୍ ଅଂଚଳରେ ତାଲିବାନୀ ଶାସନର ଆଉ ଏକ ନିର୍ଦୟୀ କାରନାମା ସାମ୍ନାକୁ ଆସିଛି।
ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ଏକ ବିବାହ ସମାରୋହରେ ସଙ୍ଗୀତ ବାଜୁଥିବା କାରଣରୁ ୧୩ ଜଣ ନିରୀହଙ୍କୁ ଗୁଳି କରି ହତ୍ୟା କଲା ତାଲିବାନ ସଙ୍ଘ। ଆଫଗାନିସ୍ତାନରେ ତାଲିବାନର ଏପରି ନରସଂହାର ଘଟଣାକୁ ନେଇ ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲାହ ସାଲେହ ଏକ ଟୁଇଟ୍ ଜରିଆରେ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ସ୍ୱାଧିନ ଆଫଗାନିସ୍ତାନର ରାଷ୍ଟ୍ରପତି ସାଲେହ ପାକିସ୍ତାନକୁ ମଧ୍ୟ ପରୋକ୍ଷ ଭାବେ ଦାୟି କରିଛନ୍ତି ।
ସାଲେହଙ୍କ ଅନୁଯାୟୀ, ଦୀର୍ଘ ୨୫ ବର୍ଷ ଧରି ତାଲିବାନୀଙ୍କୁ ପାକିସ୍ତାନ ତାଲିମ ଦେଇ ଆଫଗାନିସ୍ତାନ ସଂସ୍କୃତିକୁ ନଷ୍ଟ କରିବା ସହ କବ୍ଜା କରିବା ନେଇ ପ୍ରୋତ୍ସାହିତ କରିଥିଲା । ଏବେ ପାକିସ୍ତାନର ତାଲିମକୁ ତାଲିବାନ ବାସ୍ତବ ରୂପ ଦେଉଛି । ଏହି ଘଟଣାକୁ ନେଇ ସ୍ୱାଧିନ ଆଫଗାନିସ୍ତାନର ରାଷ୍ଟ୍ରପତି ସାଲେହ ପାକିସ୍ତାନକୁ ମଧ୍ୟ ପରୋକ୍ଷ ଭାବେ ଦାୟି କରିଛନ୍ତି । ସାଲେହଙ୍କ ଅନୁଯାୟୀ, ଦୀର୍ଘ ୨୫ ବର୍ଷ ଧରି ତାଲିବାନୀଙ୍କୁ ପାକିସ୍ତାନ ତାଲିମ ଦେଇ ଆଫଗାନିସ୍ତାନ ସଂସ୍କୃତିକୁ ନଷ୍ଟ କରିବା ସହ କବ୍ଜା କରିବା ନେଇ ପ୍ରୋତ୍ସାହିତ କରିଥିଲା । ଏବେ ପାକିସ୍ତାନର ତାଲିମକୁ ତାଲିବାନ ବାସ୍ତବ ରୂପ ଦେଉଛି ।