ଶୁଭାରମ୍ଭ ହେଲା ଟୋକିଓ ଅଲମ୍ପିକ ୨୦୨୦ ; ଜାଣନ୍ତୁ ଭାରତର କେତେ ଜଣ ଖେଳାଳି ସାମିଲ ହୋଇଛନ୍ତି

ସଂସ୍କାର :- ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶୁଭାରମ୍ଭ ହୋଇଛି ଟୋକିଓ ଅଲମ୍ପିକ ୨୦୨୦। ଜାପାନର ରାଜଧାନୀ ଟୋକିଓରେ ଜୁଲାଇ ୨୩ ତାରିଖରୁ ଆରମ୍ଭ କରି ଆସନ୍ତା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କ୍ରୀଡା ମହାକୁମ୍ଭ। ଉଦଘାଟନୀ ସମାରୋହ ଜୁଲାଇ ୨୩ ତାରିଖ ସନ୍ଧ୍ୟା ୪ ଟା ବାଜି ୩୦ମିନିଟରେ ହୋଇଛି। ଚଳିତ ବର୍ଷ ଏହି କ୍ରୀଡ଼ା ମହାକୁମ୍ଭରେ ପ୍ରାୟ ୧୧ ହଜାର ୨୩୮ ଜଣ ଖେଳାଳି ୩୩ଟି କ୍ରୀଡ଼ାରେ ୩୩୯ଟି ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ |

ଅନ୍ୟପକ୍ଷରେ ଚଳିତବର୍ଷ ଭାରତ ପକ୍ଷରୁ ୧୨୪ ଜଣ ଆଥଲେଟ୍ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଛନ୍ତି | ଏଥିମଧ୍ୟରୁ ୬୯ ଜଣ ପୁରୁଷ ଏବଂ ୫୫ ଜଣ ମହିଳା ଆଥଲେଟ୍ ଏବଂ ବାକି ସହକାରୀ କର୍ମଚାରୀ ରହିବେ।

ତେବେ ଗତ ୧୨୪ ବର୍ଷ ମଧ୍ୟରେ ଭାରତ ଏପର୍ଯ୍ୟନ୍ତ ୯ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଏବଂ ୧୨ଟି ବ୍ରୋଞ୍ଜ ସହିତ ମୋଟ୍ ଉପରେ ୨୮ଟି ପଦକ ଜିତିଛି | ଆମ ଦେଶର ଜାତୀୟ ଖେଳ ହକିରେ ସର୍ବାଧିକ ସଂଖ୍ୟକ ପଦକ (8 ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ) ଆସିଛି |

Leave a Reply

Your email address will not be published. Required fields are marked *