ଦୁନିଆର ସବୁଠାରୁ ୫ ଜଣ ମୋଟା କ୍ରିକେଟର ନମ୍ବର ୧ ଖେଳାଳିଙ୍କ ଓଜନ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

The top 5 heaviest cricketers in the world

କ୍ରିକେଟ ଖେଳାଳୀ ସବୁବେଳେ ନିଜକୁ ଫିଟ ରଖିବା ଆବଶ୍ୟକ। ବିରାଟ କୋହଲିଙ୍କଠାରୁ ଆରମ୍ଭକରି ରବିନ୍ଦ୍ର ଜାଡ଼େଜା ପର୍ଯ୍ୟନ୍ତ ସବୁ ଭାରତୀୟ ଖେଳାଳି ନିଜ ଶରୀରକୁ ଫିଟ୍ ରଖିଥାନ୍ତି। କ୍ରିକେଟଜଗତରେ ଏଭଳି କିଛି ମୋଟା ଖେଳାଳୀ ଅଛନ୍ତି ଯେଉଁମାନେ ପଡ଼ିଆରେ ଫିଟ୍ ଥିବା ବେଳେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ ରହିଛି । ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ମୋଟା ଖେଳାଳି ଏବଂ ଖେଳ ପଡିଆରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିବା ସେହି ଖେଳାଳି ଙ୍କ ବିଷୟରେ ।

ୱେଷ୍ଟ ଇଣ୍ଡିଜ ଖେଳାଳି ରହକିମ୍ କୋର୍ନଓ୍ବାଲ-ରହକିମ କୋର୍ନଓ୍ବାଲଙ୍କ ଲମ୍ବା ୬.୫ ଫିଟ ଓ ଓଜନ ୧୪୫ କେଜିରୁ ଅଧିକ । ଏଣ୍ଟିଙ୍ଗା ଜନ୍ମ ହୋଇଥିବା ରହକିମ୍ ଜଣେ ଅଲରାଉଣ୍ଡର ଭାବେ ଜଣାଶୁଣା।

ଡିବେନ ଲିଭେରକ୍ରୋକ୍-୨୦୦୭ ବିଶ୍ବକପ ମ୍ୟାଚରେ ରବିନ୍ ଉଥାପ୍ପାଙ୍କ କ୍ୟାଚ୍ ଧରିଥିବା ବରସୁଡା କ୍ରିକେଟର ଡିବେନ ଲିଭେରକ୍ରୋକ୍ ଦୁନିଆର ମୋଟା ଖେଳାଳିଙ୍କ ମଧ୍ୟରୁ ଜଣେ । ଡିବେନଙ୍କ ଓଜନ ପାଖାପାଖି ୧୩୬ କେଜି ।

ମେଁର୍ଵ ହଗସ- ଅଷ୍ଟ୍ରେଲିଆ ପାଇଁ ୫୩ ଟି ଟେଷ୍ଟ ମ୍ୟାଚ ଏବଂ ୩୩ ଟି ଏକ ଦିବସୀୟ ମ୍ୟାଚ ଖେଳିଥିବା ଏହି ଶ୍ରେଷ୍ଠ ଖେଳାଳି ଏବେ ମଧ୍ୟ ଅଷ୍ଟ୍ରେଲିଆ କ୍ରିକେଟ ଇତିହାସରେ ଲିପିବଦ୍ଧ ହୋଇ ରହିଛି ।

ଓ୍ବାରବିକ୍ ଆର୍ମଷ୍ଟ୍ରଙ୍ଗ-ଅଷ୍ଟେରଲିଆର କ୍ରିକେଟ ଟିମ ପାଇଁ ୫୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ଓ୍ବାରବିକ୍ ମଧ୍ୟ ଅଧିକ ମୋଟା ଖେଳାଳିଙ୍କ ମଧ୍ୟରୁ ଜଣେ। ଓ୍ବାରବିକଙ୍କ ଓଜନ ୧୩୩ କେଜି ହୋଇଥିବାରୁ ସାଥୀ ଖେଳାଳିମାନେ ତାଙ୍କୁ ବିଗ ସିପ୍ ବୋଲି ଡାକନ୍ତି।

ମହମ୍ମଦ ଶାହାଜାଦ୍-ଫଗାନିସ୍ତାନ କ୍ରିକେଟର ମହମ୍ମଦଙ୍କୁ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହଙ୍କ ନାଁରେ ସବୁ ଜାଣନ୍ତି। ମହମ୍ମଦଙ୍କ ପ୍ରଦର୍ଶନ ଦଳ ପାଇଁ ସବୁବେଳେ ଭଲ ରହିଥାଏ। ଧୋନୀଙ୍କ ଭଳି ହେଲିକ୍ୟାପ୍ଟର ସଟ୍ ଖେଳିବାରେ ମାହିର ମହମ୍ମଦ ଶାହାଜାଦ। ତାଙ୍କର ଓଜନ ୯୦ କେଜିରୁ ଅଧିକ।

Leave a Reply

Your email address will not be published. Required fields are marked *