ସଂସ୍କାର : ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଜଣେ ଶିକ୍ଷକ ନିଷ୍ଠୁରତାର ସମସ୍ତ ସୀମା ଅତିକ୍ରମ କରିଛି। କୋଚିଂ ସେଣ୍ଟରର ଜଣେ ଶିକ୍ଷକ ସେଠାରେ ପାଠ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିଛନ୍ତି। ଅଭିଯୁକ୍ତ ଶିକ୍ଷକ ଜଣକ ମାଆଙ୍କୁ ଦୁର୍ଘଟଣା ଘଟାଇବର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ମାସେ ଧରି ବଳାତ୍କାର କରିଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ POCSO ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଗିରଫ କରାଯାଇଛି। ତେବେ ପୀଡିତା ନାବାଳିକା ଜଣକ ଏକାଦଶ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି। ନାବାଳିକା ପିତାଙ୍କର ଦେହାନ୍ତ ହୋଇ ଯାଇଛି। ଆଉ ନାବାଳିକା ଛାତ୍ରୀଙ୍କର ପିତା ନ ଥିବା କାରଣରୁ ସେ ଏହାର ଫାଇଦା ନେଇ ବଳାତ୍କାର କରି ଆସୁଥିଲା।
ହୋଶଙ୍ଗାବାଦର ଜଣେ ପୋଲିସ୍ ଅଧିକାରୀ କହିଛନ୍ତି ଯେ ସହରର ଏକ ବଡ କୋଚିଂ ସେଣ୍ଟର ରହିଛି। ଏହି ସେଣ୍ଟରର ନାମ କାଶିଭ ସାର୍ ଏକାଡେମୀ ଅଟେ। ଏହି ଏକାଡେମୀର ଜଣେ ଶିକ୍ଷକ ଯାହାଙ୍କ ନାମ କାଶୀଭ, ସେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରୁଥିଲେ। ସେ ଏହି ପୀଡିତା ଜଣଙ୍କୁ କହିଥିଲେ ଯେ, ତୋ ମାଆଙ୍କୁ ଦୁର୍ଘଟଣା ଘଟାଇ ମାରିଦେବି। ଏହି ଧମକ ଦେଇ ଅନେକ ମାସ ଧରି ନାବାଳିକା ଝିଅ ଜଣଙ୍କୁ ବଳାତ୍କାର କରୁଥିଲା ପିଶାଚ ଶିକ୍ଷକ। ତେବେ କାଶିଭଙ୍କୁ ପୋଲିସ୍ ଗିରଫ କରିଛି। ତାହାର ବିରୋଧରେ POCSO ଆକ୍ଟ ଏବଂ SCSC ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।