କାନ୍ଥ ଭୁଶୁଡି ପଡିଲା ଛୋଟ ଶିଶୁ ଉପରେ ; ମାତ୍ର ମାଆ ସାଜିଲା ରକ୍ଷା କବଚ, ଦେଖନ୍ତୁ ଏହି ଭିଡ଼ିଓ

ସଂସ୍କାର: ଦୁନିଆରେ ମାଆ ଆଉ ସନ୍ତାନର ସମ୍ପର୍କ ପରି ଅନ୍ୟ କୌଣସି ସମ୍ପର୍କ ହୋଇପାରିବ ନାହିଁ। ଜଣେ ମାଆ ନିଜ ସନ୍ତାନର ପ୍ରତ୍ୟେକ ଜିଦକୁ ପୂରଣ କରନ୍ତି, ତାଙ୍କୁ ଅଧିକ ଭଲ ପାଆନ୍ତି, ଆଉ ପ୍ରତ୍ୟେକ ଅସୁବିଧା ସମୟରେ ନିଜ ସନ୍ତାନ ସହିତ ଛିଡା ହୁଅନ୍ତି। ଯଦି କୌଣସି ଅସୁବିଧା ପିଲାଙ୍କ ନିକଟକୁ ଆସେ, ତେବେ ମା ମଧ୍ୟ ଏହାକୁ ନିଜ ଉପରେ ନେଇଥାଏ। ତେବେ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବର୍ତ୍ତମାନ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମା ନିଜ ସନ୍ତାନର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ କିପରି ବିପଦରେ ପକାଇଛି। ଏହି ଭିଡିଓ ଦେଖିବା ପରେ, ଆପଣ ବି କହିବେ ଯେ ଜଣେ ମାଆ ସାଜିଲା ସନ୍ତାନର ରକ୍ଷା କବଚ।

ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ଗୋଟିଏ କାନ୍ଥ ପାଖରେ ନିଜ ଶିଶୁକୁ ଧରି ବସିଥିଲେ। ଆଉ ଏହି ବସିବା ସମୟରେ ସେହି କାନ୍ଥଟି କୌଣସି କାରଣବସତଃ ଭୁଶୁଡି ପଡିଥିଲା। ତେବେ ସଂଗେ ସଂଗେ ମହିଳା ଜଣକ ଉପସ୍ଥିତ ବୁଦ୍ଧି ଲଗାଇ ନିଜ ଶିଶୁର ଢାଲ ହୋଇ ଠିଆ ହୋଇଯାଇଥିଲେ। ଆଉ ନିଜ ସନ୍ତାନକୁ ସଫଳ ଭାବରେ ରକ୍ଷା କରିଥିଲେ।

ତେବେ ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି। ଆଉ ଅନେକ ୟୁଜର ଏହାକୁ ସେୟାର , ଲାଇକ କରୁଛନ୍ତି। ବିଭିନ୍ନ ଭଲ ଭଲ କମେଣ୍ଟ ବି ଦେଉଛନ୍ତି। ଜଣେ ୟୁଜର କମେଣ୍ଟ ଦେଇ କହିଛନ୍ତି ଯେ, ମାଆ ହେଉଛନ୍ତି ଭଗବାନ। ଆଉ ସଠିକ ସମୟରେ ମାଆ ଜଣକ ନିଜର ଶିଶୁକୁ ବଞ୍ଚାଇ ଏହା ପ୍ରମାଣିତ କରିଦେଲେ।

Leave a Reply

Your email address will not be published. Required fields are marked *