WTC final : ବହୁ ପ୍ରତୀକ୍ଷିତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ, ଏହି ମ୍ୟାଚ୍ ରେ ବିଜେତା ଦଳ କୁ ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଟ୍ରଫି ସହିତ 1.6 ମିଲିୟନ୍ ଡଲାରର ପୁରସ୍କାର ରାଶି ମିଇବା ବୋଲି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ସୋମବାର ଘୋଷଣା କରିଛି। ଏହା ସହ ନଅ ଦଳ ପ୍ରତିଯୋଗିତାରେ ଫିଅନଲ ଫାଇନାଲ ରେ ହାରିବା ଦଳ ବା ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଦଳ ପାଇଁ 800,000 ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ।
ଆଇସିସି WTC fina ପାଇଁ ପୁରସ୍କାର ରାଶି ।
ଏହି ତାଲିକାରେ ତୃତୀୟ ସ୍ଥାନରେ ଥିବା ଦଳ କୁ 450,000 ଡଲାର ମିଳିବ।ଟେବୁଲରେ ଚତୁର୍ଥ ଦଳକୁ 350,000 ଡଲାର ପୁରସ୍କାର ଦିଆଯିବ, ଯିଏ ପଞ୍ଚମ ସ୍ଥାନରେ ରହି ଥିବା ସେହି ଦଳକୁ 200,000 ଡଲାର ପାଇଥିବାବେଳେ ଅବଶିଷ୍ଟ ଚାରିଟି ଦଳ ବା ଶେଷ 4 ଟି ଦଳକୁ ପ୍ରତ୍ୟେକଙ୍କୁ 100,000 ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ।
ପୂର୍ବରୁ ଆଇସିସି ପୁରୁଷ ଟେଷ୍ଟ ଟିମ୍ ରାଙ୍କିଙ୍ଗର ଶୀର୍ଷରେ ଥିବା ଦଳମାନଙ୍କୁ ଦିଆଯାଇଥିବା ଟେଷ୍ଟ୍ ମେସ୍ ବା ଏହି ଟ୍ରଫି (ଗଦା ଟ୍ରଫି) ବର୍ତ୍ତମାନ WTC ବିଜେତାମାନଙ୍କୁ ଦିଆଯିବ। ଯଦି ଫାଇନାଲ୍ ଡ୍ର କିମ୍ବା ଟାଇରେ ଶେଷ ହୁଏ, ଫାଇନାଲିଷ୍ଟମାନେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ପାଇଁ ପୁରସ୍କାର ରାଶିକୁ ବାଣ୍ଟିବେ ଏବଂ ଚାମ୍ପିଅନ୍ ହେବା ସମୟରେ ଏହି ଟ୍ରଫି (ଗଦା ଟ୍ରଫି) ଦଖଲ କରିବେ।