କଟକ ବିଚ୍ ରାସ୍ତା ଉପରେ VLW ଙ୍କୁ ନିସ୍ତୁକ ମାଡ଼ ମାରିଲେ ମହିଳା : କାରଣ ଜାଣିବାକୁ ପଢନ୍ତୁ ପୁରା ଖବର

କଟକ ଜିଲ୍ଲା ନିଆଳି ବଜାରରେ ଦେଖିବାକୁ ମିଳିଛି ଏକ ଅଭିନବ ଦୃଶ୍ୟ । ବିଚ୍ ରାସ୍ତା ଉପରେ VLW ଙ୍କୁ ଘୋଷାରି ଘୋଷାରି ନିର୍ଧୁମ ପିଟିଲେ ମହିଳା । ସୂଚନା ଅନୁସାରେ,  ନିଆଳି ପଞ୍ଚାୟତର ୧୦ ନମ୍ବର ଓ୍ୱାର୍ଡର ପୂର୍ବତନ ଓ୍ୱାର୍ଡ ସଭ୍ୟା ହାଜୋ ବିବି ପୂର୍ବତନ VLW ତ୍ରିଲୋଚନ ସାହୁଙ୍କୁ ଘୋଷାରି ଘୋଷାରି ବିଚ୍ ରାସ୍ତାରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି ।

ଖବର ମୁତାବକ ପୂର୍ବତନ VLW ୨୦ ହଜାର ଟଙ୍କା ଲାଞ୍ଚ ନେଇ ମଧ୍ୟ ଇନ୍ଦିରା ଆବାସ ଯୋଜନା ଦେଇ ନଥିବାରୁ ସାଧାରଣ ଜନତା ଆଗରେ ରାସ୍ତା ମଝିରେ ମାଡ଼ ମାରିଥିଲେ ପୂର୍ବତନ ଓ୍ୱାର୍ଡ ସଭ୍ୟା । ସେପଟେ ମହିଳା ଜଣଙ୍କ କରିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଡ଼ ଖାଇଥିବା ପୂର୍ବତନ VLW ।

ମାତ୍ର ଅଭିଯୋଗକାରୀ ମହିଳା ଜଣଙ୍କ କହିବାନୁସାରେ ପ୍ରକୃତ ହିତାଧିକାରୀ କିଛି ସହାୟତା ରାଶି ପାଉନାହାନ୍ତି । ମୋ ଘରକୁ ଯାଇ ୨୦ ହଜାର ଆଣିଲେ ଏବଂ କହିଲେ ତୋତେ ୪୫ ହଜାର ଦେବୁ । ହେଲେ ମୋତେ ଇନ୍ଦିରା ଆବାସ ମିଳି ନାହିଁ । ସେପଟେ କହୁଛନ୍ତି ଯେ ତୁ ୪୫ ହଜାର ଟଙ୍କା ପାଇଛୁ ଯାହାପରେ ମୁଁ ବ୍ୟାଙ୍କ ଆକାଉଣ୍ଟ ଖାତା ଧରି ବୁଲୁଛି । ମୋ ପାଖରେ ପ୍ରମାଣ ଅଛି, ମୋତେ କୌଣସି ଟଙ୍କା ମିଳି ନାହିଁ । ଗଣମାଧ୍ୟମ ସାମ୍ନାରେ ହାଜୋ ସ୍ପଷ୍ଟ କହିଛନ୍ତି ଯେ ନ୍ୟାୟ ମିଳୁ ନଚେତ୍ ନିଆଁ ଜଳିବ ।

Leave a Reply

Your email address will not be published. Required fields are marked *