ଯୌନ ଶୋଷଣ ପାଇଁ ପ୍ରୟାସ ପଡିଲା ମହାଙ୍ଗା, ବ୍ୟକ୍ତିର ପ୍ରାଇଭେଟ୍ ପାର୍ଟ କୁ କାଟି ଅଲଗା କରିଦେଲେ ମହିଳା, ଆଉ ତା’ ପରେ…

The woman cut off the private part of the Bar owner who try to rape her

ମେଡ୍ରିଡ: ସ୍ପେନର ଜଣେ ମହିଳା ତାଙ୍କ ମାଲିକଙ୍କୁ ଶିକ୍ଷା ଦେଇଛନ୍ତି ଯିଏ ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ ଯାହାକୁ ସେ ସାରା ଜୀବନ କେବେ ବି ଭୁଲି ପାରିବେ ନାହିଁ। ମହିଳା ବାର୍ସିଲୋନାରେ ଏକ ବାରରେ କାମ କରନ୍ତି। ପୋଲିସର ସୂଚନାନୁସାରେ, ବାରର ମାଲିକ ମହିଳାଙ୍କୁ ଏକୁଟିଆ ପାଇ ତାଙ୍କୁ ଯୌନ ଶୋଷଣର ଶିକାର କରିବାକୁ ଚେଷ୍ଟା କରିଥିଲେ। ତେବେ, ମହିଳା ଜଣକ କୌଣସି ପ୍ରକାରେ ତାଙ୍କ କବଳରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ ଏବଂ ଯାଉ ଯାଉ ଅଭିଯୁକ୍ତର ଏପରି କ୍ଷତ ସୃଷ୍ଟି କରିଥିଲେ, ଯାହାକୁ ସେ ଜୀବନ ସାରା ଭୁଲି ପାରିବେ ନାହିଁ ।

ଅଭିଯୁକ୍ତ ବାଂଲାଦେଶର ବାସିନ୍ଦା ଅଟନ୍ତି।

‘ଦି ସନ୍’ରେ ପ୍ରକାଶିତ ଖବର ଅନୁଯାୟୀ ଅଭିଯୁକ୍ତ ବାର ମାଲିକଙ୍କ ବୟସ ପ୍ରାୟ 35 ବର୍ଷ ଏବଂ ସେ ମୂଳତ ବାଂଲାଦେଶର। ମଙ୍ଗଳବାର ସକାଳ ପ୍ରାୟ 2 ଟା ସମୟରେ ଏହି ଘଟଣା ଘଟିଛି। ପୀଡିତା ଜଣକ ପୋଲିସକୁ କହିଥିଲେ ଯେ ବାର ମାଲିକ ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ତାଙ୍କ ପ୍ରତିରକ୍ଷାରେ ସେ ଅଭିଯୁକ୍ତକୁ ଛୁରୀରେ ଆକ୍ରମଣ କରିଥିଲେ ଯେଉଁଥିରେ ତାଙ୍କର ପ୍ରାଇଭେଟ ପାର୍ଟ କୁ କାଟି ଅଲଗା ହୋଇଯାଇଥିଲା। ଏହା ପରେ ମହିଳା ଜଣକ ସେଠାରୁ ପଳାଇ ଯାଇଥିଲେ।

ଏହି ଘଟଣା ପରେ ଅଭିଯୁକ୍ତ ନିଜେ ଡାକ୍ତରଖାନାରେ ପହଂଚିଥିଲେ ଯାହା ଦ୍ୱାରା ଅସ୍ତ୍ରୋପଚାର ଦ୍ୱାରା ପୁନଃ ଯୋଡି ହୋଇପାରିବ। ତେବେ ଅସ୍ତ୍ରୋପଚାର ସଫଳ ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ କହିଛି ଯେ ପୀଡିତା ମହିଳାଙ୍କ ବିବୃତ୍ତି ରେକର୍ଡ କରାଯାଇଛି ଏବଂ ସେହି ଆଧାରରେ ତଦନ୍ତ ଚାଲିଛି। ପୋଲିସ ମୁଖ୍ୟ ଓସ୍କାର କୈରେରସ କହିଛନ୍ତି ଯେ ବର୍ତ୍ତମାନ ସମୟରେ କିଛି କହିବା କଷ୍ଟକର। ଅନୁସନ୍ଧାନ ସମାପ୍ତ ହେବା ପରେ ହିଁ ଏହା ସ୍ପଷ୍ଟ ହେବ ଯେ ମହିଳାଙ୍କ ଅଭିଯୋଗରେ କେତେ ସତ୍ୟତା ଅଛି।

ଦୀର୍ଘ ସମୟ ଧରି ହଇରାଣ ହେଉଥିଲା ମହିଳା।

ଅଭିଯୁକ୍ତଙ୍କ ଅବସ୍ଥା ସୁଧାରିବା ପରେ ତାଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ ମୁଖ୍ୟ କହିଛନ୍ତି। ମହିଳା କହିଛନ୍ତି ଯେ ସେ ଆତ୍ମରକ୍ଷା ପାଇଁ ଏହି ପଦକ୍ଷେପ ନେଇଛନ୍ତି। ଏଥିସହ ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ପୀଡିତାଙ୍କୁ ଦୀର୍ଘ ଦିନ ଧରି ନିର୍ଯାତନା ଦେଉଥିଲା। ସେ ଅନେକ ଥର ପୀଡିତାଙ୍କୁ ଯୌନ ଶୋଷଣ ମଧ୍ୟ କରିଥିଲେ। ଏହି ଘଟଣା ପରେ ମହିଳା ଜଣକ ନିଜେ ପୋଲିସ ଷ୍ଟେସନରେ ପହଞ୍ଚି ଅଧିକାରୀମାନଙ୍କୁ ସବୁକିଛି କହିଥିଲେ।

Leave a Reply

Your email address will not be published. Required fields are marked *