ନିଜର DNA ରିପୋର୍ଟ ଦେଖି ମହିଳା ଆଶ୍ଚର୍ଯ୍ୟ, ଅଜାଣତରେ ନିଜର ବାପାଙ୍କ ପାଖରେ ୯ ବର୍ଷ ଧରି ଚିକିତ୍ସିତ ହେଉଥିଲେ ମହିଳା ….

ସଂସ୍କାର : ଅଜାଣତରେ ଡାକ୍ତରୀ ବାପା ପାଖରେ ଚିକିତ୍ସିତ ହେଉଥିଲେ ଯୁବତୀ। ଆଉ ଦୀର୍ଘ ୯ ବର୍ଷ ପରେ ସତ ଆସିଲା ସାମ୍ନାକୁ। ଆଉ ୯ ବର୍ଷ ପରେ ବାପାଙ୍କୁ ଦେଖିବା ପରେ ମହିଳା ଜଣକ ଦ୍ୱାରସ୍ଥ ହେଲେ କୋର୍ଟର।

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏକ ଅଜବ ପ୍ରକାରର ମାମଲା ଭାଇରାଲ୍ ହେବାରେ ଲାଗିଛି, ଯାହା ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଆପଣଙ୍କ ଠାରୁ ଅଧିକା ସେହି ମହିଳା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ଯାହାଙ୍କ ସହ ଏହି ମାମଲା ଜଡିତ ହୋଇଛି। ସୂଚନା ଅନୁଯାୟୀ, ଜଣେ ମହିଳା ହଠାତ୍ ଜାଣିବାକୁ ପାଇଲେ ଯେ ତାଙ୍କର ପ୍ରକୃତ ପିତା ହେଉଛନ୍ତି ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଯାହାଙ୍କଠାରୁ ସେ ଗତ ୯ ବର୍ଷ ଧରି ଚିକିତ୍ସା କରାଉଛନ୍ତି। ଯେତେବେଳେ ମହିଳା ଜଣଙ୍କ ଏହା ଜାଣିବାକୁ ପାଇଲେ, ତାଙ୍କର ହୋସ ଉଡିଯାଇଥିଲା।

ସୂଚନାଯୋଗ୍ୟ ଯେ, ଏହି ଘଟଣାଟି ହେଉଛି ଆମେରିକାର ନ୍ୟୁୟର୍କ ସିଟିର। ଏକ ଡିଏନ୍ଏ ରିପୋର୍ଟରୁ ୩୫ ବର୍ଷିୟା ମୋର୍ଗାନ୍ ହେଲକ୍ୱିଷ୍ଟଙ୍କୁ ଏହା ଜଣା ପଡିଥିଲା ଯେ ଗତ ନଅ ବର୍ଷ ଧରି ସେ ଯେଉଁ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖରେ ନିଜର ଚିକିତ୍ସା କରାଉଛନ୍ତି ସେ ତାଙ୍କର ପ୍ରକୃତ ପିତା। ମୋର୍ଗାନ୍ କହିଛନ୍ତି ଯେ, ଦୀର୍ଘ ଦିନ ଧରି ସେ ନ୍ୟୁୟର୍କର ସେଣ୍ଟର୍ ଅଫ୍ ମେନଷ୍ଟ୍ରୁଆଲ୍ ଡିସଅର୍ଡରରେ କାର୍ଯ୍ୟ କରୁଥିବା ମୋରିସ୍ ୱର୍ଟମ୍ୟାନ୍ ନାମକ ଜଣେ ଡାକ୍ତରଙ୍କଠାରୁ ଚିକିତ୍ସିତ ହେଉଛନ୍ତି।

ଯାହାଙ୍କ ବୟସ ୭୦ ବର୍ଷ। ୧୯୮୫ ରେ ଜନ୍ମ ହୋଇଥିବା ମୋର୍ଗାନ୍ ୧୯୯୩ ମସିହାରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ମା’ କୃତ୍ରିମ ପ୍ରଜନନ ମାଧ୍ୟମରେ ଗର୍ଭବତୀ ହୋଇଥିଲେ। ତାଙ୍କୁ ଏହା ଏଥିପାଇଁ କରିବାକୁ ପଡିଥିଲା କାରଣ ତାଙ୍କ ସ୍ୱାମୀ ୧୯୮୦ ମସିହାରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ, ଯାହା ପରେ ତାଙ୍କ ଅଣ୍ଟାର ତଳ ଅଂଶ ପାରାଲାଇଜ୍ ହୋଇଯାଇଥିଲା। ଏହା ପରେ ମୋର୍ଗାନଙ୍କ ବାପା-ମା ଡକ୍ଟର ମୋରିସ୍ ୱର୍ଟମ୍ୟାନଙ୍କ ସହ ଯୋଗାଯୋଗ କରିଥିଲେ, ଯିଏ ମୋରିସଙ୍କ ମା’ ପାଇଁ କୃତ୍ରିମ ଗର୍ଭଧାରଣ କରିଥିଲେ। ସେହି ସମୟରେ ଡାକ୍ତର ପରିବାର ଲୋକଙ୍କୁ କହିଥିଲେ ଯେ ଏହି ପ୍ରକ୍ରିୟାରେ ବ୍ୟବହୃତ ଶୁକ୍ରାଣୁ ଜଣେ ଡାକ୍ତରୀ ଛାତ୍ରଙ୍କର। କିନ୍ତୁ ଯେତେବେଳେ ଡିଏନ୍ଏ ରିପୋର୍ଟ ଆସିଲା, ମୋର୍ଗାନ୍ ଗଭୀର ଭାବରେ ଚକିତ ହୋଇଯାଇଥିଲେ।

ଏହି ପ୍ରକ୍ରିୟାରେ ବ୍ୟବହୃତ ଶୁକ୍ରାଣୁ ତାଙ୍କର ବୋଲି ତାଙ୍କ ବାପା-ମାଙ୍କଠାରୁ ତଥ୍ୟ ଲୁଚାଇଥିବା ମୋର୍ଗାନ୍ ଡାକ୍ତରଙ୍କ ଉପରେ ଅଭିଯୋଗ କରିଛନ୍ତି। ମୋର୍ଗାନ କହିଛନ୍ତି, ଯଦି ସେ ଜାଣିଥାନ୍ତେ କି ମୋରିସ୍ ତାଙ୍କର ପ୍ରକୃତ ପିତା, ତେବେ ମହିଳାଙ୍କ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ସେ ତାଙ୍କ ପାଖକୁ ଯାଇ ନଥାନ୍ତେ। ମୋର୍ଗାନ କହିଛନ୍ତି ଯେ ଯେତେବେଳେ ସେ ଚଳିତ ବର୍ଷ ଏପ୍ରିଲରେ ଡାକ୍ତରଙ୍କ ନିଯୁକ୍ତି ନେଇଥିଲେ, ସେତେବେଳେ ସେ ଅନୁଭବ କରିଥିଲେ ଯେ ମୋରିସ୍ ତାଙ୍କର ପ୍ରକୃତ ପିତା ବୋଲି। ଏହି ସମୟରେ, ମୋରିସ୍ ତାଙ୍କର ପ୍ରାଇଭେଟ୍ ଅଂଶଗୁଡ଼ିକର ଅଲଟ୍ରାସାଉଣ୍ଡ୍ କରିଥିଲେ ଏବଂ ଚେକଅପ୍ ମଧ୍ୟ କରିଥିଲେ। ଡିଏନ୍ଏ ରିପୋର୍ଟ ଆସିବା ପରେ ବର୍ତ୍ତମାନ ମୋର୍ଗାନ୍ ମୋରିସଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

Leave a Reply

Your email address will not be published. Required fields are marked *