ସଂସ୍କାର : ଆପଣ କୌଣସି ସିନେମାରେ ଦେଖିଥିବେ କୁକୁର କାମୁଡ଼ିଲେ ମଣିଷ କୁକୁର ପରି ବ୍ୟବହାର କରିବାର । ବାସ୍ତବରେ ଏପରି ଖବର ଖୁବ୍ କମ୍ ଦେଖିବାକୁ ମିଳିଥାଏ । ଆଠଗଡ ଅଞ୍ଚଳରେ ଜଣେ ଯୁବକଙ୍କୁ କୁକୁର କାମୁଡିବା ପରେ ସେ କୁକୁର ପରି ଆଚରଣ କରୁଛନ୍ତି। ଯୁବକ ଜଣକ ଜିଭକୁ କାଢି ଠିକ୍ କୁକୁର ପରି ଲାଳ ଗାଡ଼ାଇବା ସହ ଭୁ ଭୁ ହୋଇ ଭୁକୁଛନ୍ତି।
ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଉଦୟପୁର ଗ୍ରାମରେ ଏହି ଘଟଣା ଘଟିଛି। ଯୁବକ ଜଣଙ୍କର ଏଭଳି ବ୍ୟବହାର ଦେଖି ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଆସିଥିଲେ। ତେବେ ଯୁବକ କୁକୁର ଭଳି ଆଚରଣ କାହିଁକି କରୁଛନ୍ତି ତାହା ସ୍ପଷ୍ଟ ଜଣାନଥିବା ବେଳେ ଯୁବକ ଜଣକ ଏବେ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଷ୍ଟ୍ରେଚରରେ ଯୁବକ ଜଣକ କ୍ଷଣକ ପାଇଁ ଶୋଇ ପାରୁନାହାନ୍ତି । ଯେମିତି ଗୋଟିଏ ବୁଲା କୁକୁର ବ୍ୟବହାର କରେ ସେମିତି ଠିକ୍ ବ୍ୟବହାର କରୁଛନ୍ତି ।