ସଂସ୍କାର : ପୁରୀ ବଡ଼ ଶଙ୍ଖ ସ୍ଥିତ ଏଚ୍ ଆର୍ ଲର୍ଜର ୧୮ ନମ୍ବର ରୁମରେ ଜଣେ ଯୁବତୀ ଆତ୍ମହତ୍ୟା କରିବା ଘଟଣା ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ପରିଚୟ ଭୁବନେଶ୍ୱର ଗଙ୍ଗନଗର ୟୁନିଟ ୬ ରେ ରହୁଥିବା କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ ମହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପାୟଲ ଲର୍ଜରେ ନିଜର ବାମହାତ କାଟି ଆଉ ଓଢଣୀ ଦ୍ୱାରା ପଙ୍ଖାରେ ଝୁଲି ପଡିଛନ୍ତି। ଘଟଣାସ୍ଥଳରୁ ବି ଏକ ସୁଇସାଇଡ୍ ନୋଟ ବି ଜବତ ହୋଇଛି। ତେବେ ପାୟଲ କାହିଁକି ସୁଇସାଇଡ୍ କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।
ଅନ୍ୟପଟେ ପାୟଲ କମ୍ପ୍ୟୁଟର ସାଇନ୍ସ ପାଠ ପଢିଥିଲେ। ସେ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ବାହାରକୁ ଯାଇଥାନ୍ତେ, ଯାହା ତାଙ୍କ ବାପା ସୂଚନା ଗଣମାଧ୍ୟମକୁ ଦେଇଛନ୍ତି। କିନ୍ତୁ ସେ କାହିଁକି ହଠାତ ଏମିତି ପଦକ୍ଷେପ ନେଲେ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ପାୟଲ ଭୁବନେଶ୍ୱରରେ ଗୋଟିଏ ଘରୋଇ ଲ୍ୟାବରେ କାମ କରୁଥିଲେ ବୋଲି ଜଣାପଡିଛି।