ରାସ୍ତା ମଝିରେ ମାତାଲ ଯୁବତୀ ; ଜାମ୍ କଲେ ଟ୍ରାଫିକ, ଭିଡ଼ିଓ ଭାଇରଲ୍

ସଂସ୍କାର : ଅନେକାଂଶରେ ଶୁଣିବାକୁ ମିଳେ ଯେ, ଗୋଟିଏ ପୁରୁଷ ମଦ ପିଇ ରାସ୍ତା ମଝିରେ ଅସାମାଜିକ କାର୍ଯ୍ୟ କରିଥାଏ। ଆଉ ତାହା ପରେ ତାକୁ ପୋଲିସ ଉଠାଇ ନେଇ ଥାନାରେ ଦଣ୍ଡ ଦେଇଥାଏ। କିନ୍ତୁ ଆପଣ କେବେ ଦେଖିଛନ୍ତି କି ରାସ୍ତା ମଝିରେ ଜଣେ ଯୁବତୀ ମଦ ପିଇ ମାତାଲ ହୋଇ ଟ୍ରାଫିକ ଜାମ୍ କରିବାର ଦୃଶ୍ୟ। ଜଣେ ଯୁବତୀ ରାସ୍ତା ମଝିରେ ଶୋଇ ବିଭିନ୍ନ ଭଙ୍ଗି ପ୍ରଦର୍ଶନ କରି ରାଜ ରାସ୍ତାର ଟ୍ରାଫିକ ଜାମ୍ କରିଛନ୍ତି। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ହସି ଉଠିବେ। ଆଉ ଯୁବତୀଙ୍କ ଉପରେ ରାଗିବେ ମଧ୍ୟ।

ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :-

ମହାରାଷ୍ଟ୍ରର ପୁଣେରେ ଜଣେ ଯୁବତୀ ଅଚାନକ୍ ରାସ୍ତା ଉପରକୁ ଆସି ଶୋଇପଡିଥିଲେ। କିଛି ସମୟ ପରେ ଜଣାପଡିଲା ଯେ, ମଦ ପିଇ ଯୁବତୀ ଜଣକ ରାସ୍ତା ଉପରେ ଶୋଇପଡିଥିଲେ । ଯୁବତୀଙ୍କର ଏପରି ହରକତ୍‌ ଦେଖି ଶହ ଶହ ଯାନବାହନ ରାସ୍ତାରେ ଅଟକି ରହିଥିଲା ।ପ୍ରାୟ ୧ ଘଣ୍ଟା ଧରି ଟ୍ରାଫିକ୍ ମଧ୍ୟ ଜାମ୍ ହୋଇଯାଇଥିଲା। ପୋଲିସକୁ ଏହି ଯୁବତୀଙ୍କୁ ଉଠାଇବା ପାଇଁ ପ୍ରାୟ ୧ ଘଣ୍ଟା ଲାଗିଯାଇଥିଲା। ଯୁବତୀ ଜଣକ ମଦ ପିଇ ରାସ୍ତାରେ ଯୋଗାସନ କରୁଥିଲେ ବୋଲି ପୋଲିସ ଆଗରେ ସଫେଇ ଦେଇଛନ୍ତି। ତେବେ ପୋଲିସ କିଛି ମାମଲା ରୁଜୁ ନ କରି ଯୁବତୀଙ୍କୁ ଘରକୁ ପଠାଇଥିଲା। ତେବେ ଯୁବତୀଙ୍କ ଏହି ମାତାଲ୍ କାର୍ଯ୍ୟ ବର୍ତ୍ତମାନ ଭିନ୍ନ ଭିନ୍ନ ସୋସିଆଲ୍ ମିଡ଼ିଆରେ ଭାଇରଲ୍ ହେଉଛି।

Leave a Reply

Your email address will not be published. Required fields are marked *