ଭୁବନେଶ୍ୱର ରେ MBA ଛାତ୍ରଙ୍କ ଫିଲ୍ମ ଷ୍ଟାଇଲ୍ ରେ ଚୋରି, Mahindra Thar ଗାଡ଼ିରେ ଆସିଲେ ଆଉ ଚୋରି କଲେ..ଦେଖନ୍ତୁ VIDEO

ସଂସ୍କାର: MBA ଛାତ୍ରଙ୍କ ମୁସ୍କିଲ ମାଇଣ୍ଡ। ଚୋରି କରିବା ପାଇଁ Mahindra Thar ରେ ଆସିଲେ ସଟର କାଟି ସବୁ ନେଇଗଲେ। ସମୟ ପାଖାପାଖି ଭୋର 4.30। ଅନ୍ଧକାର ରାତିରେ ଯେତେବେଳେ ଘର କବାଟ ପକେଇ ସମସ୍ତେ ସୋଇଥିଲେ ବାସ ଆରମ୍ଭ ହୋଇଥିଲା ଚୋରି ର ମାଷ୍ଟର ପ୍ଲାନ। ତାହା ପୁଣି ନୂତନ ଷ୍ଟାଇଲରେ, ମୁଣ୍ଡରେ ଥିଲା ଫିଲ୍ମର ଝଲକ କେମିତି ଫିଲ୍ମ ଷ୍ଟାଇଲରେ ଚୋରିକୁ ଅଞ୍ଜାମ ଦେବେ ତାହା ଲାଗି ପ୍ଲାନ୍ ବି ପ୍ରସ୍ତୁତ ହୋଇଥିଲା।

ତେଲୁଗୁ ଫିଲ୍ମ ରୁ ଅନୁପ୍ରାଣିତ ହୋଇ ନିଜକୁ ସୁପର ଷ୍ଟାର ମହେଶ ବାବୁ ଭାବି ରଚିଥିଲେ ଚୋରି ର କଚା ପ୍ଲାନ। କିନ୍ତୁ ଏଠି ଆମେ କହି ରଖୁଛୁ ନିଜକୁ ମହେଶ ବାବୁ ଭାବୁଥିବ ଏହି ପିଲାଟି କୌଣସି ସାଧାରଣ ଯୁବକ ନୁହେଁ ବରଂ ଜଣେ MBA ଛାତ୍ର ଅଟନ୍ତି। ଏହି ଫିଲ୍ମ ଷ୍ଟାଇଲ ରେ ଚୋରି ଘଟଣା ପୁଣି ଘଟିଛି ରାଜଧାନୀ ଭୁବନେଶ୍ୱର VSS Nagar ଅଂଚଳରେ ।

ସବୁ ଠୁ ଗୁରୁତ୍ୱପୂର୍ଣ କଥା ହେଲା ଚୋର ଜଣକ କୌଣସି ବାଇକ କି ଚାଲି ଚାଲି ନୁହେଁ ବରଂ ହାଇଫାଇ ନୂଆ Thar ଗାଡି ରେ ଆସିଥିଲା। ଯେମିତି କେହି ଚୋରିର ଟେର ବି ପାଇପାରିବେନି। ସବୁ ତ ଠିକ ଥିଲା ହେଲେ କିଏ ଜାଣିଥିଲା ଚୋରର ଫିଲ୍ମ ଦେଖା ଏବଂ ଚୋରି ସ୍ବପ୍ନ ସବୁ ଭଣ୍ଡୁର ହେବ। ଫିଲ୍ମ ଷ୍ଟାଇଲ ରେ ଗାଡି ରୁ ଓହ୍ଲାଇ ଅଂଚଳରେ ଥିବା ଗୋଟେ ମୋବାଇଲ ଦୋକାନ ଶଟର ଖୋଲୁ ଖୋଲୁ ସ୍ଥାନୀୟ ଲୋକେ ତାକୁ ମାଡି ବସିଥିଲେ। ଆଉ ତାର ମହେଶ ବାବୁ ହେବାର ନିଶା ସବୁ ଖସି ଯାଇଥିଲା।

ଦେଖନ୍ତୁ ଭିଡ଼ିଓ :

କିଛି ଭାବିବା ପୂର୍ବରୁ ଲୋକେ ତାକୁ ଉତ୍ତମ ମାଧ୍ୟମ ଦେଇଥିଲେ। ନିର୍ଘାତ ମାଡ ସହ MBA ଛାତ୍ରର Thar ଗାଡି ଭାଙ୍ଗି ଚୁରମାର କରିଦେଇଥିଲେ। ଶେଷରେ ସବୁ ସ୍ବପ୍ନ ଧୂଳିସାତ ହୋଇଯାଇଥିଲା। ଫିଲ୍ମ ର ଏଣ୍ଡିଙ୍ଗ ଭଳି ନିଜକୁ ମହେଶ ବାବୁ ଭାବୁଥିବା MBA ଛାତ୍ର ଏବେ ପୋଲିସ ହାଜତ ଭିତରେ ଦିନ କାଟୁଛି।

Leave a Reply

Your email address will not be published. Required fields are marked *