ସଂସ୍କାର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ୧୧ ଜିଲ୍ଲାର ଏସ୍ପିଙ୍କର ବଦଳି ହୋଇଛି। ଜଗତସିଂହପୁର ଏସପି ଦାୟିତ୍ୱ ତୁଲାଉଥିବା ଅଖିଳେଶ୍ୱର ସିଂଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦେବା ସହ ଏସଏପିର ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିଭଳି ଗଞ୍ଜାମର ଏସପି ଥିବା ବ୍ରିଜେଶ କୁମାର ରାୟ ଡିଆଇଜି ଭାବେ ପଦୋନ୍ନତି ପାଇବା ସହ ଅନୁଗୁଳର ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି ।
ସେହିଭଳି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ଅଗ୍ନିଶମ ଓ ଗୃହରକ୍ଷୀ ବାହିନୀର ଡିଆଜି ଭାବେ ନିଯୁକ୍ତି ମିଳିଛି । ବାଲେଶ୍ୱର ଏସପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି, ଯାଜପୁରର ଏସପି ଥିବା ରାହୁଲ ପିଆରଙ୍କୁ ଜଗତସିଂହପୁରର ନୂଆ ଏସପି ଭାବେ ଦାୟିତ୍ୱ ମିଳିଛି । ଅନୁଗୋଳର ଏସପି ଥିବା ଜଗମୋହନ ମିନାଙ୍କୁ ଗଞ୍ଜାମ ଏସପି, ଢେଙ୍କାନାଳର ଏସପି ଥିବା ଏଲ ଦିବ୍ୟାଙ୍କୁ ଭିଜିଲାନ୍ସ ଏସପି, ନୂଆପଡାର ଏସପି ଥିବା ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡର ଏସପି, କନ୍ଧମାଳର ଏସପି ଥିବା ବିନୀତ ଅଗ୍ରୱାଲଙ୍କୁ ଯାଜପୁର ଏସପି, କୋରାପୁଟର ଏସପି ଥିବା ବରୁଣ ଗୁଣ୍ଟୁପାଲ୍ଲୀଙ୍କୁ ଭଦ୍ରକ ଏସପି ଭାବେ ନୂଆ ଦାୟିତ୍ୱ ମିଳିଛି ।
ସେହିଭଳି ସୁନ୍ଦରଗଡର ଏସପି ଥିବା ସାଗରିକା ନାଥଙ୍କୁ ବାଲେଶ୍ୱର ଏସପି, ବାଲିଗୁଡାର ଏସଡିପିଓ ଥିବା ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳ ଏସପି, କେସିଙ୍ଗାର ଏସଡିପିଓ ଥିବା ଅଭିନବ ସୋନକରଙ୍କୁ କୋରାପୁଟ ଏସପି, ସ୍ପେଶାଲ ବ୍ରାଞ୍ଚର ଏସପି ଥିବା ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି ।