ଆସୁଛି ଆଉ ଏକ ଲଘୁଚାପ, ରାଜ୍ୟର ଏହି ଜିଲ୍ଲାରେ ହେବ ଘଡଘଡି ସହ ବର୍ଷା !

ସଂସ୍କାର: ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କାରଣ ଆଉ ଏକ ଲଘୁଚାପ ଆଣ୍ଡାମାନରେ ଘନିଭୂତ ହୋଇଛି। ଚଳିତ ମାସରେ ଆଣ୍ଡାମାନରେ ଘନିଭୂତ ହୋଇଛି ଆଉ ଏକ ବୃହତ ଲଘୁଚାପ। ଯାହା ଉତ୍ତର ଆଣ୍ଡମାନ ସମୁଦ୍ରରେ ସୃଷ୍ଟି ହେବା ସହ ଆନ୍ଧ୍ରମୁହାଁ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷରେ ଓଡିଶା ଉପରେ ଏହାର ଏତେଟା ପ୍ରଭାବ ନଥିଲେ ମଧ୍ୟ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଯାହାକି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଜାରି ହୋଇନଥିଲେ ମଧ୍ୟ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଭଳି ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ଘଡଘଡି ସହ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *