ସଂସ୍କାର : ଆଦିବାସୀ ଅଂଚଳରେ ରାସ୍ତାଟିଏ ନାହିଁ । ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବର୍ତ୍ତମାନ ଏକ ଖବର ରାଜ୍ୟରେ ଚର୍ଚ୍ଚା ପରିସରକୁ ଆସିଛି। ଏହି ଖବର କନ୍ଧମାଳରୁ ଆସିଛି। ଏଠାରେ ଏକ ଜନନୀ ଯନ୍ତ୍ରଣା ଭଳି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି।
ରାଜ୍ୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କନ୍ଧମାଳ ଜିଲ୍ଲା ସାରଂଗଡ ପଂଚାୟତର ଟେଟ୍ରେ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଜଣେ ମହିଳା ଗର୍ଭଯନ୍ତ୍ରଣା ସହି ନପାରି ଗାଁର ଆଶା କର୍ମୀ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତତକ୍ଷଣାତ ୧୦୨ ଡ୍ରାଇଭର ଗାଡି ନେଇକି ଗାଁକୁ ବାହାରିପଡିଥିଲେ । ହେଲେ ଗାଁକୁ ଯିବାକୁ ରାସ୍ତା ନଥିଲା ।
ପାଖାପାଖି ଦେଢ କିଲୋମିଟର ଦୂରରେ ରଖି ଡ୍ରାଇଭର ଗାଡି ରଖି ଗାଁକୁ ଯାଇ କିଛି ଲୋକଙ୍କ ସହୟତାରେ ଭାର ସାହାର୍ଯ୍ୟରେ ମହିଳାଙ୍କୁ ଗାଡି ପାଖକୁ ପହଂଚାଇଥିଲେ । ରାସ୍ତାରେ ନାଳ ବଡ ମୁସ୍କିଲ ପାରି ହୋଇ ହସ୍ପିଟାଲରେ ପହଂଚାଇଥିଲେ ।
ରାସ୍ତା ନଥିବା କାରଣରୁ ଦେବଦୂତ ସାଜି ଡ୍ରାଇଭର ଜିତୁ ମାଝୀ ଓ ଆଶା କର୍ମୀ ସୁରକ୍ଷିତ ଭାବେ ହସ୍ପିଟାଲରେ ପହଂଚାଇଥିବାରୁ ପରିବାର ଲୋକେ ଉଭୟଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ବର୍ତ୍ତମାନ ରାଜ୍ୟ ଗଣମାଧ୍ୟମ ଆଉ ବୁଦ୍ଧିଜୀବୀ ମହଲରେ ଏହି ଖବର ଚର୍ଚ୍ଚା ପରିସରକୁ ଆସିଛି।