ଦେଖନ୍ତୁ ଭିଡ଼ିଓ: ଚୋର କୁ ଧରିବା ପାଇଁ ପୋଲିସ ପାଣି ଭିତରକୁ ଗଲା, ଚୋର ର ଚାଲାକି ଦେଖି ତାଯୁବ ହେବେ ଆପଣ

ପାଣି ଭିତରେ ଡୁବକୀ ମାରି ବାରମ୍ବାର ପୋଲିସ କୁ ଚକ୍ମା ଦେଉଥିବା ଏହି ଅଭିଯୁକ୍ତଙ୍କ ନା ପ୍ରଫୁଲ ମାଲିକ ବୟସ ୫୭।

ଗତ ଦୁଇ ତାରିଖରେ ସ୍ଥାନୀୟ ଦାଣ୍ଡିସାହିର ଏକ ରାମ ମନ୍ଦିରରୁ ରାମ ଲଖ୍ମଣ ଓ ସୀତାଙ୍କ ମୂର୍ତି ଚୋରି ହୋଇଥିଲା। ଏହି ମାମଲାରେ ପ୍ରଫୁଲ ଉପରେ ସନ୍ଦେହ କରି ସ୍ଥାନୀୟ ପୋଲିସ ଗତକାଲି ତାକୁ ଧରିବାକୁ ଯିବାବେଳେ ସେ ଭରା ନଈକୁ ଡେଇଁ ଖସି ପାଳିବାକୁ ଚେଷ୍ଟା କରିଥିଲା।

ସ୍ଥାନୀୟ ଲୋକେ ଓ ପୋଲିସ ପ୍ରଥମେ ଦୁଇଟି ଡଙ୍ଗାରେ ତାଙ୍କୁ ପାଣିରେ ଗୋଡ଼ାଇଲେ, ହେଲେ ପାରିଲେନି ଶେଷରେ ଅଗ୍ନି ସମ ବାହିନୀର ସହାୟତା ନିଆଗଲା। ଆଉ ଦୁଇ ଘଣ୍ଟାର ଚୋରା ପୋଲିସ ଖେଳ ପରେ ଧରା ପଡିଲା ଏହି ଅଭିଯୁକ୍ତ।

Leave a Reply

Your email address will not be published. Required fields are marked *