ସଂସ୍କାର : ଦୁନିଆରେ ଏମିତି କେତେକ ବ୍ୟକ୍ତି ରହିଛନ୍ତି , ଯେଉଁମାନେକି ବିବାହ କରିବାକୁ ଡରି ଥାଆନ୍ତି। ସେମାନଙ୍କ ଆଗରେ ବିବାହ ର ନାଁ ଧରିଲେ ସେମାନଙ୍କୁ ଚିଡାପଣ ଅନୁଭୂତ ହୁଏ। କିନ୍ତୁ ବିଶ୍ୱରେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ କି ବିବାହ କରି ବିଶ୍ୱ ରେକର୍ଡ କରିବା ପାଇଁ ମନବଳାଇ ଥାଆନ୍ତି। ଏହି ବିବାହ ଦ୍ୱାରା ବିଶ୍ୱ ରେକର୍ଡ କରିବା ନିଶାରେ ବର୍ତ୍ତମାନ ଏପରି ଏକ ଭିଡ଼ିଓ ଇଣ୍ଟରନେଟରେ ଭାଇରଲ୍ ହେଉଛି ଯାହାକୁ ଦେଖିଲେ ଆପଣ କି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଥରେ ନିଶ୍ଚିତ ଭାବିବେ ଏହା କିପରି ସମ୍ଭବ ?

ତେବେ ଘଟଣାକ୍ରମ ଏହା ଯେ, ନିକଟରେ ଜଣେ ବ୍ୟକ୍ତି ୩୭ ତମ ବିବାହ କରୁଥିବାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖୁବ ଭାଇରଲ୍ ହେଉଛି। ଆଉ ଏହି ଭିଡ଼ିଓଟିକୁ ଅପଲୋଡ଼ କରିଛନ୍ତି ଆଇପିଏସ୍ ରୁପିନ ଶର୍ମା। ରୁପିନ ଏହି ଭିଡିଓଟିକୁ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଆଉ ସେ କ୍ୟାପସନରେ ଲେଖିଛନ୍ତି ” ଏହି ବ୍ୟକ୍ତି ନିଜର ୩୭ ତମ ବିବାହ କରୁଛନ୍ତି। ଏହି ବିବାହରେ, ବିବାହ କରୁଥିବା ବ୍ୟକ୍ତିଙ୍କର ୨୮ ଜଣ ପତ୍ନୀ, ୧୩୫ ଜଣ ସନ୍ତାନ ଏବଂ ୧୨୬ ଜଣ ନାତି ନାତୁଣୀ ଉପସ୍ଥିତ ଅଛନ୍ତି।’
ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :-
ପାଖାପାଖି ୫୦ ସେକେଣ୍ଡର ଏହି କ୍ଲିପକୁ ଆଇପିଏସ୍ ରୁପିନ ଅପଲୋଡ଼ କରି ଆହୁରି ମଧ୍ୟ ଲେଖିଛନ୍ତି ଯେ, “ ଏହି ବ୍ୟକ୍ତି ହେଉଛନ୍ତି ସବୁଠାରୁ ସାହସୀ ବ୍ୟକ୍ତି, ଯିଏକି ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”ତେବେ ଏହି ଭିଡିଓଟିକୁ କେବେ ଓ କେଉଁଠାରେ ସୁଟିଂ କରାଯାଇଛି ତାହା କାହାକୁ ବି ଜଣାନାହିଁ। ଅନ୍ୟପଟେ ଏହି ଭିଡ଼ିଓକୁ ନେଇ ବିଭିନ୍ନ ଲୋକେ ପତିକ୍ରିୟା ଦେଉଛନ୍ତି।