ସଂସ୍କାର : ବାଲି ଖାଇ ନିଜର ଡାଇଟ ମେଣ୍ଟନ୍ କରୁଛନ୍ତି ଜଣେ ୮୦ ବର୍ଷୀୟ ବୁଢ଼ୀ ମାଆ। କଥାଟି ଅଜବ ଲାଗୁଥିଲେ ବି ସତ। ବାବା ବିଶ୍ୱନାଥଙ୍କ ସହର ବାରାଣାସୀରେ ରହୁଥିବା ଜଣେ ବୁଢ଼ୀ ମାଆ ଆଜିକାଲି ହେଡଲାଇନରେ ରହୁଛନ୍ତି। ଆଲୋଚନାରେ ରହିବାର କାରଣ ହେଉଛି ତାଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ ଆଇଟମ୍। ଯାହାକୁ କେହି କେବେ କଳ୍ପନା ବି କରି ନ ଥିବେ।
କୁସମାବତୀ ଦେବୀ ନାମକ ଜଣେ ବୃଦ୍ଧା ଜେଜେମା’ ତାଙ୍କ ବୟସର ଶେଷ ପର୍ଯ୍ୟାୟରେ ଥାଇ ମଧ୍ୟ ସେ ପ୍ରତିଦିନ ଅଧା କିଲୋ ପର୍ଯ୍ୟନ୍ତ ବାଲି ଖାଉଛନ୍ତି। ବର୍ତ୍ତମାନ, ବୁଢ଼ୀମା’ଙ୍କୁ ପ୍ରାୟ ୮୦ ବର୍ଷ ବୟସ, ସେ କୁହନ୍ତି ଯେ ସେ ୧୮ ବର୍ଷ ବୟସରୁ ଏହା କରିଆସୁଛନ୍ତି।
କିଛି ସମୟ ପୂର୍ବରୁ, ଅନ୍ୟଜଣେ ବୁଢ଼ୀମା’ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯିଏ ଫିଟନେସ ପାଇଁ ଜବରଦସ୍ତ ବ୍ୟାୟାମ କରିବା ସହିତ ଜିମରେ ରଖାଯାଇଥିବା ଡମ୍ବୁଲଗୁଡ଼ିକୁ ଅତି ସହଜରେ ଉଠାଇଥିଲେ। କିନ୍ତୁ ୟୁପିର ଏହି ବୁଢ଼ୀମାଙ୍କର ବାଲି ଖାଇ ଫିଟନେସ୍ ର ଉପାୟ ବହୁତ ଜବରଦସ୍ତ ରହିଛି।
ସୂଚନାଯୋଗ୍ୟ ଯେ, ଏହି ବୁଢ଼ୀମାଆଙ୍କର ଏକ କୁକୁଡ଼ା ଫାର୍ମ ରହିଛି। ସେ ଏହି ଫାର୍ମକୁ ଚଳାଇ ତାଙ୍କର ଜୀବିକା ନିର୍ବାହ କରନ୍ତି। ଅନ୍ୟପଟେ ତାଙ୍କର ଏହି ବାଲି ଖାଇବା ଅଭ୍ୟାସ ତାଙ୍କୁ ସାରା ବିଶ୍ୱରେ ପ୍ରସିଦ୍ଧ କରିପାରିଛି। ଭାରତରେ ବୁଢ଼ୀମା ’ତାଙ୍କର ଅଜବ ଖାଦ୍ୟ ଅଭ୍ୟାସ ହେତୁ ଲୋକପ୍ରିୟ ହୋଇଥିବାବେଳେ ବ୍ରିଟେନର କିଛି ଖବରକାଗଜ ମଧ୍ୟ ତାଙ୍କର ଏହି ବାଲି କାହାଣୀକୁ ନିଜର ଖବରକାଗଜରେ ପ୍ରକାଶ କରିଛନ୍ତି। ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତାଙ୍କ ପିଲାମାନେ ବାଲି ଖାଇବାକୁ ମନା କଲେ ମଧ୍ୟ ସେ ସେମାନଙ୍କ କଥା ଶୁଣନ୍ତି ନାହିଁ।