ଏଥର ଚଳନ୍ତା ବିମାନରେ ବ୍ୟବହାର କରିପାରିବେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସହିତ କଲିଂର ସୁବିଧା , ଜାଣନ୍ତୁ କିପରି….

ସଂସ୍କାର: ବର୍ତ୍ତମାନ ବିମାନରେ ମଧ୍ୟ ଆପଣ ହାଇ ସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। କିନ୍ତୁ ତାହା ପାଇଁ ରହିଛି କିଛି ସର୍ତ୍ତାବଳୀ । ମିଳିଥିବା ସୂଚନା ଅନୁଯାୟୀ, ବିମାନରେ ବସିଥିବା ସମୟରେ ଆପଣ ନିଜର ଅଫିସିଆଲ କାର୍ଯ୍ୟ କରିପାରିବେ ଏହା ସହିତ ଇଣ୍ଟରନେଟ ସହିତ ଜଡିତ ଯେକୌଣସି କାର୍ଯ୍ୟ ମଧ୍ୟ କରିପାରିବେ। କେବଳ ଏତିକିରେ ସୂଚନା ସାରିଯାଇନାହିଁ, ବର୍ତ୍ତମାନ ଠାରୁ ଆପଣ ବିମାନ ଉଡ଼ାଣ ସମୟରେ ନିଜର ସମ୍ପର୍କୀୟଙ୍କ ସହିତ କଲ କରି କଥା ମଧ୍ୟ ହୋଇପାରିବେ।

ପବ୍ଲିକ ସେକ୍ଟର ଟେଲିକମ୍ କମ୍ପାନୀ ବିଏସଏନଏଲ ଦେଶରେ ଇନମାରସେଟର ଗ୍ଲୋବାଲ ଏକ୍ସପ୍ରେସ ମୋବାଇଲ ବ୍ରଡବ୍ୟାଣ୍ଡ ସେବା ପାଇଁ ଲାଇସେନ୍ସ ପାଇଛି। ଏହା ସହିତ ଇନମାରସେଟ ଟର୍ମିନାଲ୍ ବ୍ୟବହାର କରିବା ସହ ବିମାନଗୁଡ଼ିକ ପାଇଁ ଉଚ୍ଚ ଗତିର ନେଟ ସୁବିଧା ଯୋଗାଇ ଦିଆଯିବ।

ବ୍ରିଟେନର ମୋବାଇଲ୍ ସାଟେଲାଇଟ୍‌ କମ୍ୟୁନିକେଶ କମ୍ପାନୀ ଇନମାରସେଟର ପରିଚାଳନା ନିର୍ଦ୍ଦେଶକ ଗୌତମ ଶର୍ମା କହିଛନ୍ତି ଯେ ସ୍ପାଇସଜେଟ୍ ଏବଂ ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ନୂତନ ଜିଏକ୍ସ ସେବା ପାଇଁ ଚୁକ୍ତିନାମା କରିସାରିଛି। ଏହା ୫୦ Mbps ର ଗତିରେ ଉପଲବ୍ଧ ହେବ।

ଏସଂକ୍ରାନ୍ତରେ ଗୌତମ ଶର୍ମା ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଜିଏକ୍ସ ସେବା ଆରମ୍ଭ ହେବା ସହିତ ଭାରତୀୟ ଘରୋଇ ବିମାନ ଏବଂ ଆନ୍ତର୍ଜାତୀୟ ବିମାନ କମ୍ପାନୀଗୁଡିକ ଦେଶ ଉପରେ ବିମାନ ଉଡ଼ାଣ ସମୟରେ ହାଇ ସ୍ପିଡ୍ ନେଟ ସୁବିଧା ଯୋଗାଇ ପାରିବେ।

ଅନ୍ୟପକ୍ଷରେ ଇନମାରସେଟ ଦ୍ବାରା ଏକ ବିବୃତ୍ତିରେ ଜାରି କରି ସ୍ପାଇସଜେଟ୍ କହିଛି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ବୋଇଙ୍ଗ ୭୩୭ MAX ବିମାନର ସହିତ ଏହାର ଯାତ୍ରୀମାନଙ୍କୁ ଆବଶ୍ୟକ ଯୋଗାଯୋଗ ସେବା ଯୋଗାଇବାକୁ ପ୍ରସ୍ତୁତ ଅଛି। ରିପୋର୍ଟ ଅନୁଯାୟୀ, IFMC ଅଧୀନରେ DoT ଏବଂ GX ସେବାରୁ BSNL ଦ୍ୱାରା ପ୍ରାପ୍ତ ବିମାନରେ ସମସ୍ତ ଭାରତୀୟ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

ଏହାର ଅର୍ଥ ହେଉଛି ଯେ ଭାରତୀୟ ବିମାନ କମ୍ପାନୀଗୁଡିକ ଦେଶ ତଥା ବିଦେଶରେ ବିମାନ ଯୋଗାଯୋଗ ସୁବିଧା ପାଇଁ ଜିଏକ୍ସ ବ୍ୟବହାର କରିପାରିବେ। ବିଏସଏନଏଲର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ ପୁରୱାର କହିଛନ୍ତି ଯେ ଏହି ସେବା ପାଇଁ ଦେୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ନଭେମ୍ବରରୁ BSNL ଏହି ସେବାଗୁଡିକ ଆରମ୍ଭ କରିପାରିବ।

Leave a Reply

Your email address will not be published. Required fields are marked *