ସଂସ୍କାର : ପ୍ରେମିକାଙ୍କ ସହ ଫଟୋ ଭାଇରାଲ ହେବା ପରେ ଦିନକୁ ଦିନ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଚିନ୍ତା ବଢିବାରେ ଲାଗିଛି । ସେ ନିଜ ପ୍ରେମିକାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଠକିଦେଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ପ୍ରେମିକା ସୋମାଲିକା ଦାସ।ଏହାପରଠାରୁ ସେ ଚର୍ଚ୍ଚାକୁ ଆସିଥିଲେ । ଏବେ ଦିନକୁ ଦିନ ତାଙ୍କ ଅଡ଼ୁଆ ବଢିବାରେ ଲାଗିଛି ।
ନିକଟ ଅତୀତରେ ବିଧାୟକଙ୍କ ପ୍ରେମିକା ପୋଲିସକୁ କହିଥିଲେ ଯେ, ତାଙ୍କ ଭାବି ସ୍ୱାମୀ ତଥା ବିଧାୟକ ବିଜୟ ଶଙ୍କର ସେକ୍ସ ରାକେଟରେ ସମ୍ପୃକ୍ତ ଅଛନ୍ତି। ଯାହାକୁ ନେଇ କ୍ରାଇମବ୍ରାଞ୍ଚ ତାର ତଦନ୍ତ ଆରମ୍ଭ କରିପାରେ ବୋଲି ରାଜ୍ୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ଏନେଇ ଜଗତସିଂହପୁର ଏସପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ମଧ୍ୟ ଲେଖିଛନ୍ତି ।
ଅଭିଯୋଗଟି ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ ତାରିଖରେ ଜଗତସିଂହପୁର ଏସପି ଚିଠି ଲେଖିଥିଲେ । ଅନ୍ୟପକ୍ଷରେ ବିଜୟଶଙ୍କର ଜଣେ ବିଧାୟକ ଥିବାରୁ ଏମାମଲା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବାକୁ ଅଭିଯୋଗକାରିଣୀ ତାଙ୍କ ପ୍ରେମିକା ଦାବି କରିଥିଲେ ବୋଲି ଜଗତସିଂହପୁର ଏସପି ଚିଠିରେ ଉଲ୍ଲେଖ କରିଛନ୍ତି ।