ସଂସ୍କାର : ପୁଣି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରେମିକା ସୋମାଲିକ ତିତ୍ତୋଲ ବିଧାୟକ ବିଜୟଶଙ୍କରଙ୍କ ନାଁରେ । ତାଙ୍କ ବିରୋଧରେ ଏବେ ସଙ୍ଗୀନ ଅଭିଯୋଗ ହୋଇଛି । କୁହାଯାଉଛି କି BJD MLA ସେକ୍ସ ରାକେଟ ଚଳାଉଛନ୍ତି। ଏମିତି ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରେମିକା ସୋମାଲିକା ଦାଶ । ତାଙ୍କ ଏତଲା କୁ ଆଧାରକରି ଆଜି ଜଣେ ମହିଳା ପୋଲିସ ବୟାନ ରେକର୍ଡ କରିଛନ୍ତି ସୋମାଲିକଙ୍କର । ପରେ ବିଧାୟକଙ୍କୁ ଜେରା କରାଯାଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ ସେକ୍ସ ରାକେଟ ଖବର MLAଙ୍କର ପ୍ରେମିକା କହିବା ପରେ ବର୍ତ୍ତମାନ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ଜଗତସିଂହପୁର ସବ୍-ରେଜିଷ୍ଟ୍ରୀ କାର୍ୟ୍ୟାଳୟକୁ ବିଜେଡି ବିଧାୟକ କୋର୍ଟ ମ୍ୟାରେଜ କରିବାକୁ ଆସି ନ ଥିଲେ । ପୂର୍ବ ନିର୍ଦ୍ଧାରିତ ଚୁକ୍ତି ମୁତାବକ ଜୁନ୍ ୧୭ରେ ସୋମାଲିକାଙ୍କୁ ଆଇନ୍ ସମ୍ମତ୍ତ ନିଜର ପତ୍ନୀ ଭାବେ ଗ୍ରହଣ କରିଥାନ୍ତେ ବିଜୟ ଶଙ୍କର।
ସକାଳେ କୋର୍ଟ ମ୍ୟାରେଜ୍ ଆଉ ସଞ୍ଜବେଳା ହୋଇଥାନ୍ତା ରିଂ ସେରେମନି । ଗତ ମେ’ ୧୭ ତାରିଖରେ ବିଜୟ ଶଙ୍କର ଓ ସୋମାଲିକା ନିଜ ନିଜ ଓକିଲଙ୍କ ସହିତ ସବ୍-ରେଜିଷ୍ଟ୍ରାରଙ୍କ କାର୍ୟ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ସହିତ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ । ଉଭୟଙ୍କ ଆବେଦନକୁ ସବ୍-ରେଜିଷ୍ଟ୍ରାର ଗ୍ରହଣ କରି ୩୦ ଦିନ ସମୟ ଦେଇଥିଲେ । ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ଜୁନ ୧୭ରେ ବିବାହ ପଞ୍ଜୀକରଣ ଓ ସନ୍ଧ୍ୟାରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା। କିନ୍ତୁ ସେ ପ୍ରତାରଣା କରି ଚାଲିଯାଇଥିଲେ।