TMC ସାଂସଦ ନୁସରତ ଜହାଂ TikTok କୁ ପ୍ରତିବନ୍ଧକ ଲଗାଇବା ପରେ କଲେ ଏଭଳି ପ୍ରଶ୍ନ ଏବଂ କହିଲେ ଏହା ଏକ …

TMC's Nusrat Jahan on TikTok ban

ଭାରତ-ଚୀନ୍ ସୀମା ବିବାଦ ମଧ୍ୟରେ ଡାଟା ସୁରକ୍ଷାକୁ ଦର୍ଶାଇ ଭାରତ ସରକାର ଚୀନ୍ ର 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପ୍ରତିବନ୍ଧକ ଲଗାଯାଇଥିବା ଆପରେ ପ୍ରସିଦ୍ଧ ଭିଡିଓ ଆପ୍ ଟିକ୍ ଟକ୍ ମଧ୍ୟ ଅନ୍ତର୍ଭୁକ୍ତ,ଏନେଇ ବର୍ତ୍ତମାନ ଟିଏମସି ସାଂସଦ ନୁସରତ ଜହାଂ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାରୁ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି।

ଆଜି କୋଲକାତାରେ ISCON ଦ୍ୱାରା ଆୟୋଜିତ ବାହୁଡା ରଥ ଯାତ୍ରା ଉତ୍ସବରେ ନୁସରତ ଜହାଂ ଅଂଶଗ୍ରହଣ କରିଥିଲେ, ଏହି ସମୟରେ ସେ ଟିକ୍ ଟକ୍ ବ୍ୟାନ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କହିଛନ୍ତି,ଯେ “ଟିକ୍ ଟକ୍ ଏକ ମନୋରଞ୍ଜନ ଆପ୍। ଏହା ଏକ ହଠାତ ଏଭଳି ପରିସ୍ଥିରେ ନିଷ୍ପତ୍ତି ନିଆଯାଇଛି । ଏହାର ରଣନୀତିକ ଯୋଜନା କ’ଣ? ସେମାନଙ୍କ କଣ ହେବ ଯେଉଁମାନେ ବେରୋଜଗାର ହୋଇଯିବେ, ସେ ଲୋକମାନଙ୍କ ବିଷୟରେ କ’ଣ ହେବ? ନୋଟ ବନ୍ଦୀ ଭଳି ଲୋକଙ୍କୁ ଏହାର ସାମ୍ନା କରିବାକୁ ପଡିବ। ମୋତେ କିଛି ଅସୁବିଧା ନାହିଁ କି ମୁଁ ଏହି ପ୍ରତିବନ୍ଧକକୁ ବିରୋଧ କରେ ନାହିଁ କାରଣ ଏହା ଜାତୀୟ ସୁରକ୍ଷା ପାଇଁ, କିନ୍ତୁ ଏଭଳି ପ୍ରଶ୍ନଗୁଡିକର ଉତ୍ତର କିଏ ଦେବ?

ନୁସରତ ଜହାଂ ଜଣେ ପ୍ରସିଦ୍ଧ ବଙ୍ଗୀୟ ଅଭିନେତ୍ରୀ। ସେ ତୃଣମୂଳ କଂଗ୍ରେସ ପକ୍ଷରୁ ବାସିରହାଟରୁ 2019 ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ନୁସରତ ଜହାଂ ତାଙ୍କ ଏଭଳି ବିବୃତ୍ତିକର ମନ୍ତବ୍ୟ ବିଷୟରେ ପ୍ରାୟତ ଆଲୋଚନା ଘେରା କୁ ଆସିଥାନ୍ତି ।

ଟିକ୍ ଟକ୍ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧୀ ଟ୍ୱିଟରରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଆମେ ଏହି ନିୟମ ଅନୁସରଣ କରୁଛୁ, ଏଥିପାଇଁ ଆମେ ସରକାରୀ ଏଜେନ୍ସିଗୁଡ଼ିକୁ ମଧ୍ୟ ଭେଟିବୁ ଏବଂ ଆମର ସ୍ପଷ୍ଟୀକରଣ ଉପସ୍ଥାପନ କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିକ୍ ଟକ୍ ଭାରତର ଆଇନକୁ ସମ୍ମାନ କରେ। ଟିକ୍ ଟକ୍ ଚୀନ୍ ସରକାର ସମେତ କୌଣସି ବିଦେଶୀ ସରକାରଙ୍କୁ ଭାରତର ଲୋକଙ୍କ ତଥ୍ୟ ପ୍ରଦାନ କରେ ନାହିଁ। ଯଦିଓ ଆମକୁ ଏହା କରିବାକୁ କୁହାଯାଏ, ତେବେ ଆମେ ତାହା କରିବୁ କଦାପି କରିବୁ ନାହିଁ ।

Leave a Reply

Your email address will not be published. Required fields are marked *