ଗତକାଲିର କରୋନାମୁକ୍ତ ଅଞ୍ଚଳ ଆଜି ହେଲା କରୋନାଯୁକ୍ତ : ରାଜ୍ୟରେ ୧୦୨ କରୋନା ପଜିଟିଭ୍ ଚିହ୍ନଟ ବେଳେ ମୃତକଙ୍କ ସଂଖ୍ୟା ୬

ଆଜି ପୁଣି ୧୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ରାଜ୍ୟରେ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୫ରୁ ବଢି ୬ରେ ପହଞ୍ଚିଛି ।

ଗତକାଲି ଚିହ୍ନଟ ହୋଇଥିବା କଟକ ଜିଲ୍ଲାର ଜଣେ ୭୫ ବର୍ଷ ବୃଦ୍ଧଙ୍କର ଏଇ କେଇ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫୁସଫୁସଜନିତ ରୋଗ ସହିତ ଅନ୍ୟାନ୍ୟ ସ୍ଵାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ AIIMS ରେ ଜରୁରୀକାଳୀନ ପରିସ୍ଥିତିରେ ଭର୍ତ୍ତି କରାଯାଇଥିଲା ।

ଭୁବନେଶ୍ଵର ଓ ଜଗତସିଂହପୁର ଜିଲ୍ଲା ଗତକାଲି କରୋନା ମୁକ୍ତ ଘୋଷଣା ହେବାର କିଛି ଘଣ୍ଟା ବ୍ୟବଧାନରେ ଜଗତସିଂହପୁରରେ ଏକାଥରେ ୨୦ ଜଣଙ୍କୁ କରୋନା ପଜିଟିଭ ଚିହ୍ନଟ କଲା ବୋଲି ଜଗତସିଂହପୁର ଡି.ଏମ୍. ଟ୍ଵିଟ୍ କରି କହିଛନ୍ତି ।

ଏଯାବତ୍ ୧,୦୦,୩୦୨ଟି ନମୁନା ପରୀକ୍ଷା ହୋଇଥିବାବେଳେ ଆଜି ଚିହ୍ନଟ ହୋଇଥିବା ୧୦୨ ଜଣଙ୍କ ଭିତରୁ ୯୭ ଜଣ କ୍ଵାରେଣ୍ଟିନ କେନ୍ଦ୍ରର । ଏବେ ସୁଦ୍ଧା ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୯୬ ଥିବାବେଳେ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ପଜିଟିଭ୍ ଚିହ୍ନଟମାନଙ୍କ ଭିତରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୩୧ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ଜଣେ ହେଲେ କେହି ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି ।

Leave a Reply

Your email address will not be published. Required fields are marked *