ଭୁବନେଶ୍ଵର : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଆଜି ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣଙ୍କର ମୃତ୍ୟୁ । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବାବେଳେ ଚିହ୍ନଟ ହୋଇଥିବା ପଜିଟିଭ୍ ମାମଲା ୨୧ଟି ଜିଲ୍ଲାରୁ ବୋଲି ଜଣାପଡ଼ିଛି ।
ଆଜିର ନୂଆ ମାମଲା ଅନ୍ତର୍ଗତ କୋରାପୁଟରୁ ୬ ଜଣ, ଖୋର୍ଦ୍ଧାରୁ ୨୨ ଜଣ, ଯାଜପୁରରୁ ୩ ଜଣ, ପୁରୀ, ରାୟଗଡ଼ା ଓ ଜଗତସିଂହପୁର, ଅନୁଗୁଳ, ସୋନପୁରରୁ ଜଣେ ଲେଖାଏଁ, ଗଜପତିରୁ ୭ ଜଣ, ମୟୂରଭଞ୍ଜରୁ ୨୨ ଜଣ, କଟକରୁ ୨୩ ଜଣ, ବରଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୨ ଜଣ, ବଲାଙ୍ଗିରରୁ ୩ ଜଣ, ଭଦ୍ରକରୁ ୪ ଜଣ, କେନ୍ଦୁଝରରୁ ୨ ଜଣ, କନ୍ଧମାଳରୁ ୩ ଜଣ, କଳାହାଣ୍ଡିରୁ ୩ ଜଣ, ଗଞ୍ଜାମରୁ ୧୨ ଜଣ, ସୁନ୍ଦରଗଡ଼ରୁ ୭ ଜଣ ଓ କେନ୍ଦ୍ରାପଡ଼ାରୁ ୨ ଜଣ ।

ମୃତକ ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି । କରୋନା ବ୍ୟତୀତ ସେ ମଧୁମେହ ଓ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ନୂଆ ଚିହ୍ନଟ ୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ କ୍ଵାରେଣ୍ଟିନର ଓ ୬ ଜଣ ଆଞ୍ଚଳିକ (ଲୋକାଲ୍)।
ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦୮ ହୋଇଥିବାବେଳେ ଚିକିତ୍ସାଧୀନଙ୍କ ସଂଖ୍ୟା ୧,୧୧୭ ଏବଂ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକଙ୍କ ସଂଖ୍ୟା ୧,୪୮୧ ।