ସଂସ୍କାର : ଭାରତର କିମ୍ବଦନ୍ତୀ ମହିଳା ବକ୍ସର ମେରି କୋମଙ୍କୁ ଟୋକିଓ ଅଲିମ୍ପିକ୍ସ ଦେଲା ଧୋକା। ଅଲିମ୍ପିକ୍ସ ୨୦୨୦ ର ପ୍ରି-କ୍ୱାଟର ଫାଇନାଲରେ ସେ ବହୁତ ସଂଘର୍ଷ ପରେ ହାରିଗଲେ। ଏହା ସହ ଆଉ ଏକ ଅଲମ୍ପିକ ଖେଳି ପଦକ ଜିତିବାର ସ୍ୱପ୍ନ ଭାଙ୍ଗିଗଲା ମହିଳା ବକ୍ସର ମେରି କୋମଙ୍କ। ତେବେ ସେ ଏହି ମ୍ୟାଚରେ କଠିନ ପରିଶ୍ରମ କରି କଲମ୍ବିଆର ଖେଳାଳି ଇନଗ୍ରିଟ୍ ଭାଲେନ୍ସିୟାଙ୍କ ହାରିଗଲେ। ତେବେ ମ୍ୟାଚ୍ ପରେ ମେରି କୋମ କହିଛନ୍ତି ଯେ ଅମ୍ପାୟାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଅମ୍ପାୟାର ସଠିକ ନିଷ୍ପତ୍ତି ନେଇପାରିଲେ ନାହିଁ।
ପଦକ ପାଇବାର ଦାବିଦାର ରହିଥିବା ମେରି କୋମ , କଲମ୍ବିଆର ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବିଭାଜିତ ନିଷ୍ପତ୍ତିରେ ହାରିଗଲେ। କିନ୍ତୁ ୬ ଥର ବିଶ୍ୱ ଚାମ୍ପିଅନ୍ ହୋଇଥିବା ମେରି କୋମ ଚୂଡ଼ାନ୍ତ ଫଳାଫଳକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେହେତୁ ଦୁଇଜଣ ବିଚାରପତି ଇଂଗ୍ରୀତଙ୍କ ସପକ୍ଷରେ ରାୟ ଦେଇଥିବାବେଳେ ଦୁଇ ଜଣ ବିଚାରପତି ଭାରତୀୟ ବକ୍ସରଙ୍କ ପକ୍ଷ ରଖିଥିଲେ।
ମେରି କୋମଙ୍କ ପ୍ରତି ହୋଇଛି ଅନ୍ୟାୟ ?
ପ୍ରକୃତ ଘଟଣା ଏହା ଯେ, ଜଣେ ଭାରତୀୟ ବକ୍ସରଙ୍କ ବିପକ୍ଷରେ ୩ ଟି ପ୍ରୟାସରେ ଏହା ଇଂଗ୍ରୀତଙ୍କ ପ୍ରଥମ ବିଜୟ। ଇଂଗ୍ରୀତ ବିଜେତା ଘୋଷିତ ହେବା ପୂର୍ବରୁ ମେରି କୋମଙ୍କ ହାତ ରିଙ୍ଗରେ ଉଠାଯାଇଥିଲା।
ହାରିବା ପରେ ମେରି କୋମ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ କହିଥିଲେ ଯେ ସେ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବା ଜାରି ରଖିବେ , ଏହା ସହ ସେ ଆହୁରି ମଧ୍ୟ କହିଥିଲେ ଯେ, ଯେପର୍ଯ୍ୟନ୍ତ ତାଙ୍କ ଶରୀର ତାଙ୍କ ଶରୀର ଫିଟ ରହିଛି ସେ ପର୍ଯ୍ୟନ୍ତ ସେ ଖେଳ ଜାରି ରଖିବେ। ତେବେ ମେରି କୋମ ଏହା ମଧ୍ୟ କହିଛନ୍ତି ଯେ ସେ ହାରିଯାଇଛନ୍ତି ବୋଲି ବିଶ୍ୱାସ କରି ପାରୁନାହାନ୍ତି। ସେ କହିଛନ୍ତି ଯେ ମ୍ୟାଚ୍ ପରେ ସେ ଅନୁଭବ କରିଥିଲେ ଯେ ସେ ମ୍ୟାଚ୍ ଜିତି ଯାଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ନିଷ୍ପତ୍ତିରେ ଜଣେ ଆଥଲେଟଙ୍କ ପାଇଁ ସବୁକିଛି ଶେଷ ହୋଇପାରେ | ଆଜି ମଧ୍ୟ ବିଚାରପତିଙ୍କ ନିଷ୍ପତ୍ତିରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।