ଏହି ସ୍ଥାନରେ ଟାମାଟୋ ଦର ଯୋଗୁ ଗୃହିଣୀ, ଦୋକାନୀ ଏମିତିକି ପ୍ରଶାସନ ବି ଚିନ୍ତାରେ

କରୋନାର ଭୟ ଓ ଲକଡାଉନ କଟକଣା ମାନବର ଦୈନନ୍ଦିନ ଜୀବନ, ଅର୍ଥନୀତି ତଥା ଅନେକ କ୍ଷେତ୍ରରେ ପ୍ରଭାବ ପକାଉଛି । ସେ ମଧ୍ୟରେ ପରିବା ଦର ବଢିବା ବି ସାମିଲ । ତେବେ ଏ ଶ୍ରାବଣ ଋତୁରେ ସେମିତିରେ ପରିବା ଦର ଟିକିଏ ଚଢା ମୂଲ୍ୟରେ ବିକ୍ରି ହୁଏ ହେଲେ ସମ୍ବଲପୁରରେ ଆଜି ଟମାଟୋ କିଲୋ ୮୦ ଟଙ୍କାରେ ବିକ୍ରି ହେଉଛି । ଖୁଚୁରା ବଜାରରେ ଏହାର ଦାମ ୬୦ ଟଙ୍କାରୁ ୧୦୦ ଟଙ୍କା ।  

ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ କିଲୋ ବଦଳରେ ଅଧ କିଲୋ ଟମାଟୋରରେ କାମ ଚଳଉଛନ୍ତି ସାଧାରଣ ଲୋକେ । ଜଣେ ଗୃହିଣୀଙ୍କ କହିବାନୁଯାୟୀ ଟମୋଟୋ ଏମିତି ଏକ ପରିବା ଯାହାକି ସବୁ ତରକାରୀ ପାଇଁ ପ୍ରାୟତଃ ଦରକାର ହୁଏ । କିନ୍ତୁ ଏତେ ଦର ଦେଇ ଟାମାଟୋ କିଣି ହେବନି । ଏହାସହିତ ଆଳୁ, ବାଇଗଣ, କୋବି ଇତ୍ୟାଦିର ଦର ମଧ୍ୟ ୪୦ ଟଙ୍କା ଉପରେ । ଜିଲ୍ଲା ପ୍ରଶାସନକୁ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ହେବ ଯେମିତି ପରିବା ଦର ନିୟନ୍ତ୍ରଣଧୀନ ରହିବ ବୋଲି ସାଧାରଣ ଜନତା ନିବେଦନ କରିଛନ୍ତି ।

ଅନ୍ୟପକ୍ଷରେ ଦୋକାନୀ କହିଛନ୍ତି ଯେ ଗୋଟିଏ ଥଳିରେ ୫ରୁ ୬ କୋଲୋଗ୍ରାମ ଟମାଟୋ ପଚାଶଢା ବାହାରି ଯାଉଥିବାବେଳେ କ୍ଷତି ସହିବାକୁ ପଡୁଛି ସେମାନଙ୍କୁ । ଥଳି ପିଛା ୧୪୦୦ ରୁ ୧୭୦୦ ଟଙ୍କା ଦେଇ କିଣୁଥିବାବେଳେ ବିକ୍ରି କେମିତି କରିବେ ବୋଲି ଓଲଟି ଅଭିଯୋଗ କରିଛନ୍ତି । ଖରାପ ଟମୋଟ ଓ ପରିବହନ ଦୁଇଟି ମୁଖ୍ୟ କାରଣ ଦର ବୃଦ୍ଧିର ବୋଲି କହିଛନ୍ତି ଦୋକାନୀ ।

ଏଣେ ଖୁଚୁରା ବ୍ୟବସାୟୀଙ୍କ କହିବା କଥା ଯେ ବେପାର ମାନ୍ଦା । ଲାଭ ଛାଡ଼ନ୍ତୁ, ମୂଳ ମଧ୍ୟ ଉଠୁନଥିବା କହିଛନ୍ତି କେତେକ ଖୁଚୁରା ବେପାରୀ । 

Leave a Reply

Your email address will not be published. Required fields are marked *