ଶୀତଋତୁରେ ଦେଖାଯାଇଥାଏ ଟନସିଲ୍ ସମସ୍ୟା, ଏମିତି କରନ୍ତୁ ଘରୋଇ ଉପଚାର…

ସଂସ୍କାର : ଶୀତଋତୁ ଆସିଲେ ଥଣ୍ଡାଜନିତ ବିଭିନ୍ନ ପ୍ରକାର ରୋଗ ସମସ୍ୟା ଆମ ଶରୀରରେ ଦେଖାଯାଏ। ସେସବୁ ମଧ୍ୟରୁ ଟନ୍‌ସିଲ୍‌ ସମସ୍ୟା ଅଧିକ ହୋଇଥାଏ। ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ଏହାର କିଛି ଘରୋଇ ଉପଚାର ସମ୍ପର୍କରେ…

୧) ଦିନକୁ ୩ ରୁ ୫ ଥର ୧ ଗ୍ଲାସ୍‌ ଉଷୁମ ପାଣିରେ ଲୁଣ ପକାଇ ଗର୍ଗଲ୍‌ କରନ୍ତୁ।

୨) ଗାଜରରେ ଥିବା ଆଣ୍ଟି ଟକ୍ସିନ୍‌ ଟନ୍‌ସିଲ୍‌ ସମସ୍ୟା ଦୂର କରେ। ତେଣୁ ଗାଜର ରସ ପିଅନ୍ତୁ। ଦେହ ଭଲ ରହିବ।

୩) ଗୋଟିଏ କପ୍ ଗରମ କ୍ଷୀର ସହିତ ମହୁ ମିଶାଇ ପିଇବା ଦ୍ବାରା ଟନ୍‌ସିଲ୍‌ ସମସ୍ୟାରୁ ମୁକ୍ତି ମିଳେ।

୪) ଥଣ୍ଡା ହେଲେ ଟନ୍‌ସିଲ୍‌ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କ୍ଷୀରରେ ହଳଦୀ ପକାଇ ପିଇବା ଉଚିତ। ଏହି ହଳଦୀଯୁକ୍ତ କ୍ଷୀରରେ ଏକ ଚୁଟ୍‌କି ଗୋଲମରିଚ ଗୁଣ୍ଡ ପକାଇ ରାତିରେ ଶୋଇବା ପୂର୍ବରୁ ପିଇପାରିବେ।

୫) ଥଣ୍ଡାଦିନରେ ବେକ ଓ କାନକୁ ଘୋଡ଼ାଇ ରଖନ୍ତୁ।ଶୀତଦିନରେ ଥଣ୍ଡାପାନୀୟରୁ ଯଥାସମ୍ଭବ ଦୂରେଇ ରହନ୍ତୁ।

Leave a Reply

Your email address will not be published. Required fields are marked *