ବିଶ୍ୱର ଟପ ୧୦ ଶକ୍ତିଶାଳୀ ସୈନ୍ୟବାହିନୀ, ଜାଣନ୍ତୁ ଭାରତ ଏହି ତାଲିକାରେ କେତେ ନମ୍ବର ସ୍ଥାନରେ ରହିଛି..

ସଂସ୍କାର: ପ୍ରତିବର୍ଷ ସେନାକୁ ଉନ୍ନତ ଓ ଶକ୍ତିଶାଳୀ କରିବା ପାଇଁ ବହୁତ ବଜେଟ ଖର୍ଚ୍ଚ ହୋଇଥାଏ। ସେନା ପାଇଁ ଅସ୍ତ୍ରଶସ୍ତ୍ର ଓ ଉପଯୁକ୍ତ ଶିକ୍ଷା ଯୋଗାଇବା ଦେଶର ଦାୟିତ୍ୱ ଓ କର୍ତବ୍ୟ। କୁହାଯାଏ କି ଯେଉଁ ଦେଶରେ ଯେତେ ସୈନ୍ୟମାନେ ଶକ୍ତିଶାଳୀ ସେ ଦେଶ ସେତେ ଅଧିକା ଶକ୍ତିଶାଳୀ। ତେବେ ଆସନ୍ତୁ ଜାଣିବା ୧୦ଟି ଶକ୍ତିଶାଳୀ ସ୍ଥଳ ସେନା ବିଷୟରେ…

୧) ଆମେରିକା :

ସର୍ବପ୍ରଥମେ ଆମେରିକା ରହିଛି। ୧୦.୫ ଲକ୍ଷରୁ ଅଧିକ ସେନା ଅଛନ୍ତି ଆମେରିକା ପାଖରେ। ଯେଉଁମାନେ ରେଗୁଲାର ଆର୍ମି, ଆର୍ମି ନ୍ୟାସନାଲ ଗାର୍ଡ ଏବଂ ରିଜର୍ଭରେ ଅଛନ୍ତି। ୨.୫୨ ଲକ୍ଷରୁ ଅଧିକ ସିଭିଲ ଷ୍ଟାଫ ଅଛନ୍ତି। ୧୨.୫୨ ଲକ୍ଷରୁ ଅଧିକ ସାମରିକ କର୍ମଚାରୀ ମଧ୍ୟ ଅଛନ୍ତି। ଆମେରିକା ସୈନ୍ୟ ପାଖରେ ୪,୪୦୦ ଅଧିକ ଏୟାରକ୍ରାଫ୍ଟ ଅଛି , ୬୧୦୦ ଟ୍ୟାଙ୍କ, ୪୦ ହଜାରରୁ ଅଧିକ ସଶସ୍ତ୍ର ଯାନ ,୧୫୦୦ ସ୍ୱୟଂଚାଳିତ ବନ୍ଧୁକ , ୧୩୪୦ ଟାଣିପାରୁଥିବା ତୋପ ମଧ୍ୟ ଅଛି।

୨) ଋୁଷ :

ଦ୍ୱିତୀୟ ସ୍ଥାନରେ ରହିଛି ରୁଷ ସେନା। ବର୍ତମାନ ରୁଷ୍ ସେନାବାହିନୀରେ ୨.୮୦ଲକ୍ଷ ସୈନ୍ୟ କାର୍ଯ୍ୟରତ ଅଛନ୍ତି। ଏହା ବ୍ୟତୀତ ସ୍ୱୟଂଚାଳିତ ତୋପ ସାଙ୍ଗକୁ ୩୮୬୦ ରକେଟ ଲଂଚର ମଧ୍ୟ ରଖିଛି ରୁଷ୍।

୩) ଚୀନ :

ତୃତୀୟରେ ଚୀନର ସେନା ରହିଛନ୍ତି। ବର୍ତମାନ ଚୀନ ନିକଟରେ ୨୦.୩୫ଲକ୍ଷରୁ ଅଧିକ ସୈନିକ ରହିଛନ୍ତି। ସୈନିକ ସଂଖ୍ୟା ଦୃଷ୍ଟିରୁ ଚୀନ ଆଗରେ ରହିଛି। ତା ନିକଟରେ ସ୍ୱଂୟଚାଳିତ ତୋପ ସହ ୨୨୫୦ ରକେଟ ପୋଜେକ୍ଟର ମଧ୍ୟ ରହିଛି।

୪) ଭାରତୀୟ ସେନା :

ଚତୁର୍ଥ ସ୍ଥାନରେ ରହିଛନ୍ତି ଭାରତୀୟ ସେନା। ଭାରତୀୟ ସେନାର ନିଜସ୍ୱ ୨୯୬ଟି ଏୟାରକ୍ରାଫ୍ଟ ରହିଛି ଏହାସହ ସ୍ୱଂୟଂଚାଳିତ ତୋପ, ଅତ୍ୟାଧୁନିକ ସଶସ୍ତ୍ର ଯାନ ବ୍ୟତୀତ ୩୭୪ ରକେଟ ଲଂଚର ରହିଛି। ଭାରତୀୟ ସେନାରେ ୧୨.୩୭ ଲକ୍ଷରୁ ଅଧିକ ସକ୍ରିୟ ସୈନିକ ଅଛନ୍ତି । ୯.୬୦ ଲକ୍ଷ ଯବାନଙ୍କୁ ରିଜର୍ଭ ରଖାଯାଇଛି । ଏହାସହ ୪,୭୩୦ ଟ୍ୟାଙ୍କ, ୧୦ ହଜାରରୁ ଅଧିକ ସଶସ୍ତ୍ର ଯାନ, ୧୦୦ ସ୍ୱୟଂ ଚାଳିତ ତୋପ ଏବଂ ୪,୦୪୦ ଟାଣିବା ତୋପ ଅଛି । ଏହା ବ୍ୟତୀତ ୩୭୪ ରକେଟ୍ ଲଞ୍ଚର୍ ଅଛି ।

୫) ଜାପାନ ସେନା:

ଜାପାନର ସ୍ଥଳ ସେନାବାହିନୀରେ ୨.୪୦ଲକ୍ଷରୁ ଅଧିକ ସକ୍ରିୟ ସୈନ୍ୟ ଅଛନ୍ତି। ଏଥିରେ ୧୦,୦୦୪ଟି ଟ୍ୟାଙ୍କ ଅଛି। ଏହା ବ୍ୟତୀତ ୯୯ଟି ରକେଟ ପୋଜେକ୍ଟର ରହିଛି।

୬) ଦକ୍ଷିଣ କୋରିଆ:

ଦକ୍ଷିଣ କୋରିଆ ପାଖରେ ୪.୨୦ଲକ୍ଷ ସୈନ୍ୟ ରହିଛନ୍ତି। ତାଙ୍କ ନିକଟରେ ୨୦୧୩୦ ଯୁଦ୍ଧ ଟ୍ୟାଙ୍କ ,୨୬୦୦ ତୋପ ଏବଂ ୨୭୦ ମଲଟିପୁଲ ରକେଟ ଲଂଚର ରହିଛି।

୭) ଫରାସୀ ସେନା:

ଫ୍ରାନ୍ସର ସେନାକୁ ଫ୍ରେଞ୍ଚ ଆର୍ମ୍ଡ ଫୋର୍ସେସ କୁହାଯାଏ ।ଏହି ଦେଶ ପାଖରେ ୨.୦୮ ସୈନ୍ୟ ରହିଛନ୍ତି। ବିଭିନ୍ନ ସ୍ଥାନରେ ୧୧୦୦୦ ସୈନ୍ୟଙ୍କୁ ମୁତୟନ କରାଯାଇଛି। ସେନା ପାଖରେ ଟ୍ୟାଙ୍କ , ତୋପ ବ୍ୟତୀତ ୧୩ଟି ରକେଟ ପୋଜେକ୍ଟ ଲଂଚର ରହିଛି।

୮)ବ୍ରିଟିଶ ସେନା :

ଏହି ସେନାରେ ୮୨,୪୦୦ ସେନା ରହିଛନ୍ତି। ସେନା ପାଖରେ ଟ୍ୟାଙ୍କ,ସ୍ୱୟଂଚାଳିତ ତୋପ ସହ ୩୫ଟି ରକେଟ ଲଂଚର ରହିଛି।

୯) ବ୍ରାଜିଲ:

ବ୍ରାଜିଲ ପାଖରେ ୨.୩୫ଲକ୍ଷ ସକ୍ରିୟ ସେନା ରହିଛନ୍ତି। ସେନା ପାଖରେ ଯୁଦ୍ଧ ଟ୍ୟାଙ୍କ , ସଶସ୍ତ୍ର ଯାନ ,୨୩୯ଟି ସାମ ସିଷ୍ଟମ , ୭୪ଟି ରିଭର ବୋଟ, ୯୪ ଟି ହେଲିକାପ୍ଟର ବ୍ୟତୀତ ୬୦ଟି ରକେଟ ଲଂଚର ରହିଛି।

୧୦) ପାକିସ୍ତାନ:

ଏହି ତାଲିକାରେ ଶେଷରେ ପାକିସ୍ତାନ ସେନା ରହିଛି। ଏଥିରେ ୫.୬୦ ଲକ୍ଷ ଯବାନ ରହିଛି ସେନା ପାଖରେ ଟ୍ୟାଙ୍କ ସଶସ୍ତ୍ର ଯାନ ବ୍ୟତୀତ ୩୩୦ ରକେଟ ଲଂଚର ଅଛି। ସେନା ପାଖରେ ୧.୮୫ ଲକ୍ଷ ନ୍ୟାସନାଲ ଗାର୍ଡ ଅଛନ୍ତି । ୬,୫୦୦ ସିଭିଲିୟନ ପର୍ସନଲ ମଧ୍ୟ ରହିଛି ।  ସେନା ପାଖରେ ୨,୬୮୦ ଟ୍ୟାଙ୍କ, ୯,୬୩୫ ସଶସ୍ତ୍ର ଯାନ, ୪୨୯ ସ୍ୱୟଂ ଚାଳିତ ତୋପ ଏବଂ ୧୬୨୯ ଟାଣିବା ତୋପ ଅଛି । ଏହା ବ୍ୟତୀତ ୩୩୦ ରକେଟ୍ ଲଞ୍ଚର୍ ଅଛି ।

Leave a Reply

Your email address will not be published. Required fields are marked *