T-20 ବିଶ୍ୱକପରେ ଶତକ ହାସଲ କରିଥିବା ଶ୍ରେଷ୍ଠ 6 ଜଣ ବ୍ୟାଟ୍ସମ୍ୟାନ୍, ଲିଷ୍ଟରେ କେବଳ ଜଣେ ଭାରତୀୟ ସାମିଲ

Top 6 batsmen who scored century in T20 World Cup, only Indian cricketer in the list

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ପରବର୍ତ୍ତୀ ବିଶ୍ୱକପ୍ ଚଳିତ ବର୍ଷ ଖେଳାଯିବ, କରୋନା ମହାମାରୀ ହେତୁ ଏହି ଟୁର୍ନାମେଣ୍ଟ ଠିକ୍ ସମୟରେ ଆରମ୍ଭ କରିବା କଷ୍ଟକର ହୋଇପାରେ ବୋଲି ଅନୁମାନ କରା ଯାଏ, କିନ୍ତୁ ଆଜି ଏହି ଆର୍ଟିକିଲରେ, ଆମେ ଶ୍ରେଷ୍ଠ 6 ଜଣ ବ୍ୟାଟ୍ସମ୍ୟାଙ୍କ ବିଷୟରେ ଜାଣିବା ଯିଏ କି ଟି-୨୦ ବିଶ୍ୱକପରେ ଶତକ ହାସଲ କରିଛନ୍ତି।

6) ତମିମ ଇକବାଲ – ଅପରାଜିତା 103 ରନ୍

ବାଂଲାଦେଶ ଓପନର ତମିମ ଇକବାଲ 2016 ସିଜନରେ ଓମାନ ବିପକ୍ଷରେ 103 ର ଏକ ଐତିହାସିକ ଇନିଂସ ଖେଳିଥିଲେ ସେ 63 ବଲରୁ 10 ଚୌକା ଓ 5 ଛକା ମାରି ଥିଲେ।

5) ଅହମ୍ମଦ ଶେହଜାଦ – ଅପରାଜିତା 111 ରନ୍

ଏହି ତାଲିକାରେ ପାକିସ୍ତାନ ଓପନର୍ ଅହମ୍ମଦ ଶେହଜାଦ ଚତୁର୍ଥ ସ୍ଥାନରେ ଅଛନ୍ତି। 10 ଟି ଚୌକା ଓ 5 ଛକା ସହାୟତାରେ ମାତ୍ର 62 ବଲରେ ବାଂଲାଦେଶ ବିପକ୍ଷରେ ଶେହଜାଦ ଏକ ଅପରାଜିତ 111 ରନ୍ କରିଥିଲେ।

4) ଆଲେକ୍ସ ହାଲ୍ସ – ଅପରାଜିତା 116 ରନ୍

ଏହି ତାଲିକାରେ ଇଂଲଣ୍ଡ ଓପନର୍ ଆଲେକ୍ସ ହେଲ୍ସ ତୃତୀୟ ସ୍ଥାନରେ ଅଛନ୍ତି। 2014 ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ 11 ଟି ଚୌକା ଓ 6 ଟି ଛକା ସହାୟତାରେ ହେଲ୍ସ ଏକ ଅପରାଜିତ 116 ରନ୍ ସଂଗ୍ରହ କରିଥିଲେ।

3) କ୍ରିସ୍ ଗେଲ୍ – 117 ରନ୍

ୱେଷ୍ଟଇଣ୍ଡିଜ୍ ଓପନର୍ ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏକି ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଶତକ ହାସଲ କରିଛନ୍ତି। 2007 ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗେଲ ମାତ୍ର 57 ବଲରେ 7 ଚୌକା ଓ 10 ଛକା ସହାୟତାରେ 117 ରନର ଏକ ସ୍ମରଣୀୟ ଇନିଂସ ଖେଳି ଥିଲେ।

2) ବ୍ରେଣ୍ଡନ୍ ମ୍ୟାକକୁଲମ୍ – 123 ରନ୍

ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ୍‌ରେ ସର୍ବାଧିକ ରନ୍‌ କରିଥିବା ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ବ୍ରେଣ୍ଡନ୍ ମ୍ୟାକକୁଲମ୍ ଙ୍କ ନାମରେ ରହିଛି ବିଶ୍ୱ ରେକର୍ଡ। ମ୍ୟାକକୁଲମ୍ 2012 ରେ ବାଂଲାଦେଶ 58 ଟି ବଲରେ 11 ଚୌକା ଓ 7 ଛକା ସହାୟତାରେ 123 ରନ୍ କରିଥିଲା।

1) ସୁରେଶ ରାଇନା – 101 ରନ୍

ତାଲିକାରେ ଜଣେ ଭାରତୀୟ ଖେଳାଳି ଭାବେ ସୁରେଶ ରାଇନା ଦକ୍ଷିଣ ଆଫ୍ରିକା ବିପକ୍ଷରେ 2010 ବିଶ୍ୱକପରେ 101 ରନ୍ ସଂଗ୍ରହ କରିଥିଲେ ମାତ୍ର 60 ଟି ବଲରେ 9 ଟି ଚୌକା ଓ 5 ଟି ଛକା ସହାୟତାରେ ସେ ଏହି ଇନିଂସ ଖେଳିଥିଲେ।

Leave a Reply

Your email address will not be published. Required fields are marked *