ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ତୁଳସୀ ବିବାହ ପର୍ବ ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ଦ୍ୱାଦଶ ତିଥିରେରେ ପାଳନ କରାଯାଏ। କ୍ୟାଲେଣ୍ଡର ଅନୁଯାୟୀ, ଏହି ବର୍ଷ ତୁଳସୀ ବିବାହ ନଭେମ୍ବର ୨୪ ଅର୍ଥାତ୍ ଶୁକ୍ରବାର ଦିନ ପଢୁଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଭଗବାନ ବିଷ୍ଣୁ କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ଏକାଦଶୀ ତିଥିରେ କ୍ଷୀର ସାଗରରେ ଜାଗ୍ରତ ହୁଅନ୍ତି। ତୁଳସୀଙ୍କ ବିବାହ ଶ୍ରୀହରି ଙ୍କ ସାଳିଗ୍ରାମ ଅବତାର ସହ ହୋଇଥାଏ।
ଶାସ୍ତ୍ର ଅନୁଯାୟୀ, ସମସ୍ତ ଶୁଭ କାର୍ଯ୍ୟ କେବଳ ଏହି ଦିନଠାରୁ କରାଯାଇଥାଏ। ବିବାହ, ନିର୍ବନ୍ଧ, ଦାନ ପୁନ୍ୟ ଓ କେଶ ଦାନ ଇତ୍ୟାଦି ଅନେକ କାର୍ଯ୍ୟ ଅନ୍ତର୍ଭୁକ୍ତ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳସୀ ବିବାହ ଦିନରେ ଏକକାଳୀନ ଅନେକ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏଥର ତୁଳସୀ ବିବାହ ଦିନରେ କେଉଁ ଶୁଭ ସମୟ ଏବଂ ଯୋଗ ଗଠନ ହେବ।
ତୁଳସୀ ବିବାହରେ ହେବାକୁ ଯାଉଛି 4 ଟି ଅଦ୍ଭୁତ ଯୋଗ :
- ସର୍ଭାର୍ଥ ସିଦ୍ଧ ଯୋଗ
- ଅମୃତ ସିଦ୍ଧ ଯୋଗ
- ରବି ଯୋଗ
- ମହାଲକ୍ଷ୍ମୀ ରାଜଯୋଗ
ଜ୍ୟୋତିଷ ମାନଙ୍କ କହିବା ଅନୁଯାୟୀ ତୁଳସୀ ବିବାହଠାରୁ କିଛି ରାଶି ର ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ।
ମିଥୁନ ରାଶି :
ବରିଷ୍ଠ ବ୍ୟକ୍ତିମାନଙ୍କ ସହଯୋଗ ମିଳିବ। କାର୍ଯ୍ୟକ୍ଷେତ୍ର ରେ ପଦୋନ୍ନତି ହେବ। ଛାତ୍ରମାନଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବ। ଏହା ସହିତ ଶୁଭ ସମାଚାର ମିଳିବ।
କନ୍ୟା ରାଶି :
ତୁଳସୀ ବିବାହ ପରଠାରୁ କନ୍ୟା ରାଶି ବ୍ୟକ୍ତିମାନଙ୍କ ସୁଭବେଳା ଆରମ୍ଭ ହୋଇଯିବ। ଏମାନଙ୍କ ଭାଗ୍ୟ ସାଥି ଦେବ। ସବୁ ବାକିଥିବା କାମ ପୁରା ହୋଇଯିବ। ଆର୍ଥିକ ଲାଭ ମିଳିବ। କିଛି ନୂଆ ଵସ୍ତୁ ମିଳିବ।
ତୁଳା ରାଶି :
ତୁଳସୀ ବିବାହ ତୁଳା ରାଶି ପାଇଁ ଲାଭଦାୟକ ହେବ। ସମାଜ ରେ ମାନ ସ୍ନମାନ ବଢିବ। ବ୍ୟକ୍ତିତ୍ବରେ ଉନ୍ନତ ହେବ। ପୁରୁଣା ବିବାଦ ଠିକ ହୋଇଯିବ। ପରିବାର ସହ ସମ୍ପର୍କ ସୁଦୃଢ଼ ହେବ।
କୁମ୍ଭ ରାଶି :
ତୁଳସୀ ବିବାହ ପରଠୁ କୁମ୍ଭ ରାଶି ବ୍ୟକ୍ତିଙ୍କ ପ୍ରଫେସନ ଲାଇଫ ରେ ପରିବର୍ତ୍ତନ ହେବ। କୁମ୍ଭ ରାଶି ବ୍ୟକ୍ତିଙ୍କ ଶୁଭ ବେଳା ଆରମ୍ଭ ହେବ। ପାରିବାରିକ ଜୀବନରେ ସୁଖର ଆରମ୍ଭ ହେବ। ଶତ୍ରୁ ଠାରୁ ବିଜୟ ପ୍ରାପ୍ତ ହେବ। ଆକସ୍ମିକ ଧନ ଲାଭ ହେବ।