ମାନିଗଲେ ବର୍ଷା ; ଟୁଙ୍ଗୁରୁ ଭୋଳକୁ ବାହାହେବେନି, କିନ୍ତୁ ପୂର୍ବଭଳି ପ୍ରେମ ସମ୍ପର୍କ ରଖିବେ..

ସଂସ୍କାର: କିଛି ଦିନ ଧରି ବେଶ୍ ଚର୍ଚ୍ଚାରେ ରହିଥିବା ଟୁଙ୍ଗୁରୂ ଭୋଳ ଘଟଣାର ଏକପ୍ର୍ରକାର ପରିସମାପ୍ତି ହୋଇଛି। ପ୍ରେମିକ ତଥା ତଥାକଥିତ ସ୍ୱାମୀ ଯୁବକ ଟୁଙ୍ଗୁରୁ ଭୋଳଙ୍କୁ ବିବାହ କରିବେ ନାହିଁ ବରଂ ତାଙ୍କ ସହିତ ପୂର୍ବପରି ସମ୍ପର୍କ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ବର୍ଷା ଭୋଳ। ଏହି କଥାକୁ ରାଜି ହେବା ପରେ ଥାନାରୁ ଟୁଙ୍ଗୁରୁ ଭୋଳଙ୍କୁ ଯିବାକୁ ବାଟ ଛାଡ଼ିଛନ୍ତି ବର୍ଷା ଭୋଳ ।

ସୂୁଚନାଯୋଗ୍ୟ ଯେ, ଖଣ୍ଡଗିରିବାରୀ ଶରଧାପଲ୍ଲୀ ବସ୍ତିର ଜଣେ ବିବାହିତା ମହିଳା ହଠାତ୍ ଶଙ୍ଖା, ସିନ୍ଦୁର ଧରି ଭରତପୁର ଥାନାରେ ବସିବା ପରେ, ତାଙ୍କ ପ୍ରେମିକ ଟୁଙ୍ଗୁରୁ ଭୋଳ ତାଙ୍କୁ ଧୋକା ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ପୋଲିସ ମହିଳାଙ୍କୁ ପାଗେଳି ଭାବି ଏଡ଼ାଇଦେଉଥିବାବେଳେ ମହିଳା ଜଣଙ୍କ ଜିଦ୍ ଧରି ବସିରହିବା କାରଣରୁ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ଆଉ ଟୁଙ୍ଗୁର ସତରେ ତାଙ୍କୁ ଧୋକା ଦେଇଥିବା କଥା ସାମ୍ନାକୁ ଆସିଥିଲା।

ଗଣମାଧ୍ୟମର ଖବର ଅନୁଯାୟୀ ଟୁଙ୍ଗୁର ଭୋଳ ବର୍ଷାଙ୍କୁ ଛାଡି ଅନ୍ୟ ଏକ ଝିଅଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହାର ଖବର ଯେତେବେଳେ ବର୍ଷା ଭୋଳଙ୍କୁ ଜଣାପଡିଲା ସେ ସଂଗେ ସଂଗେ ପୋଲିସ ପାଖକୁ ଅଭିଯୋଗ କରିବାକୁ ଦୌଡ଼ି ଆସିଲେ। ଆଉ ନିଜର ପ୍ରେମିକରୁ ସ୍ୱାମୀ ସାଜିଥିବା ଟୁଙ୍ଗୁର ଭୋଳକୁ ଆଣିବା ପାଇଁ ଜିଦ ଧରି ପୋଲିସ ଆଗରେ ବସିଛନ୍ତି।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଟୁଙ୍ଗୁରୁ ଭୋଳକୁ ବର୍ତ୍ତମାନ ୨୪ ବର୍ଷ ହୋଇଥିବା ବେଳେ, ବର୍ଷା ଭୋଳଙ୍କୁ ୨୭ ବର୍ଷ । ଟୁଙ୍ଗୁର ଭୋଳ ପେଶାରେ ଅଟୋ ଚାଳକ। ଆଉ ବର୍ଷାଙ୍କୁ ଦିନେ ଗ୍ରାହକ ରୂପେ ଅଟୋରେ ବସାଇ ତାଙ୍କୁ ନିଜର କଥାରେ ମତୁଆଲା କରି ପ୍ରେମିକା ବନାଇଥିଲେ। ଏହି ପ୍ରେମ ସମ୍ପର୍କ ପାଖାପାଖି ୩ ବର୍ଷ ହେବ ରହିଥିବା କହିଛନ୍ତି ବର୍ଷା।

Leave a Reply

Your email address will not be published. Required fields are marked *