ଏହି ଜଣାଶୁଣା ଟେଲି-ଅଭିନେତ୍ରୀଙ୍କ ମାଆ ଏବେ କୋଭିଡ଼-୧୯ର ଶିକାର, ହସ୍ପିଟାଲ ରିପୋର୍ଟ ଦେବାକୁ ମନା କଲାପରେ ଏହିପରି ସେ ସାହାଯ୍ୟ ଲୋଡ଼ିଲେ ମୁଖ୍ୟମନ୍ତ୍ରୀଙ୍କର : ଦେଖନ୍ତୁ ଭିଡ଼ିଓ

‘ଦିୟା ଅର ବାତି ହମ୍’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଜଣାଶୁଣା ତଥା ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦୀପିକା ସିଂହ ସୋସିଆଲ ମିଡ଼ିଆ ଏକ ଭିଡ଼ିଓ ଜାରି କରିଛନ୍ତି । ଭିଡ଼ିଓ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହାୟତା ଲୋଡ଼ିଛନ୍ତି ସେ । ତାଙ୍କ ମାଆ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହେଲାପରେ ତାଙ୍କୁ ହସ୍ପିଟାଲ ରିପୋର୍ଟ ଦେବାକୁ ମନା କରିଦେଇଛି । ତେଣୁ ଜରୁରୀ ସହାୟତା ପାଇଁ ସେ ସିଧା ସିଧା ମଉଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି ।

ଭିଡ଼ିଓରେ ବିବ୍ରତ ତଥା ବିଚଳିତ ଦେଖାଯାଉଥିବା ଦୀପିକା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସ୍ୱାସ୍ଥ୍ୟ ସଙ୍କଟର ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ତାଙ୍କ ପରିବାରର କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବର୍ଣ୍ଣନା କରିଛନ୍ତି । ଜ୍ଵର ଓ ପାଟି ଅରୁଚି ହେବା ଯୋଗୁ ତାଙ୍କ ମାଆଙ୍କୁ ନୂଆଦିଲ୍ଲୀର ଲେଡି ହାର୍ଡିଙ୍ଗ ହସ୍ପିଟାଲରେ ପରୀକ୍ଷା କରାଯାଇଥିଲା ଯାହାର ରିପୋର୍ଟ ୫ ଦିନ ପରେ ଆଜି ଜଣାପଡ଼ିଲା ।

ସୂଚନା ଅନୁଯାୟୀ ଦୀପିକାଙ୍କ ମାଆଙ୍କ ବୟସ ୫୯ ବର୍ଷ ଯିଏ ହସ୍ପିଟାଲ ରିପୋର୍ଟ ଅନୁସାରେ କରୋନା ଆକ୍ରାନ୍ତ । ମାତ୍ର ହସ୍ପିଟାଲ ରିପୋର୍ଟ ଦେବାକୁ ମନା କରିଦେଇଥିଲା କେବଳ ରିପୋର୍ଟର ଫଟୋ କପି ନେବାକୁ ଅନୁମତି ଦେଇଥିଲା । ଦୀପିକା ସିଂହ ମୁମ୍ବାଇରେ ରୁହନ୍ତି ଯେତେବେଳେ କି ତାଙ୍କ ପରିବାର ଲୋକେ ଦିଲ୍ଲୀରେ । ସବୁଠୁ ବଡ଼ ଭୟ ହେଉଛି ଯେ ୪୫ ସଦସ୍ୟଙ୍କୁ ନେଇ ତାଙ୍କ ପରିବାର ଏକ ସଂଯୁକ୍ତ ପରିବାର ।

https://www.facebook.com/deepikasinghofficialpage/videos/2978192462297022/

ବାରମ୍ବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଠାରୁ ଜରୁରୀ ସହାୟତା ମାଗିଛନ୍ତି ଦୀପିକା ଯେହେତୁ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଆଉ ଅନ୍ୟପକ୍ଷରେ ତଥ୍ୟ କହୁଛି କରୋନା ମହାମାରୀ ଭୟଙ୍କର ସ୍ଥିତି ଆଣୁଛି, ଦେଶ ବିଦେଶ ସମସ୍ତଙ୍କୁ ପ୍ରଭାବିତ କରିଛି ।

Leave a Reply

Your email address will not be published. Required fields are marked *