ମୁମ୍ବାଇ : କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ହୋଇଥିବା ଲକଡାଉନ ପରିସ୍ଥିତିରେ ଦୂରଦର୍ଶନ, ତାର ଦର୍ଶକମାନଙ୍କ ପାଇଁ ସେମାନଙ୍କ ଅତି ପୁରୁଣା ଲୋକପ୍ରିୟ ଟେଲିଭିଜନ ସିରିୟାଲ ପୁନଃପ୍ରସାରଣ କରୁଛନ୍ତି । ‘ରାମାୟଣ’ ଏବଂ ‘ମହାଭାରତ’ ଦୂରଦର୍ଶନରେ ଆଉଥରେ ପ୍ରସାରିତ ହେଉଛି । ଏହି ଶୋ’ର TRP ପ୍ରତିଦିନ ନୂଆ ରେକର୍ଡ କରୁଛନ୍ତି । ଏହି ସମୟରେ, ଉକ୍ତ ଶୋ’ରେ ସଂଶ୍ଳିଷ୍ଟ ଚରିତ୍ରମାନଙ୍କର କାହାଣୀ ମଧ୍ୟ ବାହାରକୁ ଆସୁଛି । ସେହିପରି ଜଣେ ଚରିତ୍ର ହେଲେ ମହାଭାରତର ଅର୍ଜୁନ, ଯାହାକୁ ଅଭିନେତା ଫିରୋଜ ଖାନ କରିଥିଲେ । ଆଜିକାଲି ତାଙ୍କ ପ୍ରଶଂସକ ବଢି ଚାଲିଛନ୍ତି ।
ଏକ ସୂଚନା ଅନୁଯାୟୀ ଯେତେବେଳେ ଫିରୋଜ ଖାନ ମହାଭାରତ ସିରିୟାଲରେ ଅର୍ଜୁନ ଚରିତ୍ର ପାଇଁ ନିର୍ବାଚିତ ହୋଇଥିଲେ, ତାଙ୍କ ନାମ ଅର୍ଜୁନ ଭାବରେ ପରିବର୍ତ୍ତନ କରିଥିଲେ । ନିଜ ନାମ ବଦଳେଇବା ପରାମର୍ଶ ତାଙ୍କୁ ମହାଭାରତର ସ୍କ୍ରିପ୍ଟ ଏବଂ ସଂଳାପ ଲେଖକ ଡକ୍ଟର ରହୀ ମାସୁମ ରଜା ଦେଇଥିଲେ ।
ଡକ୍ଟର ରହୀ ମାସୁମ୍ ରଜା କୁହନ୍ତି ଯେ ସେତେବେଳେ ଅର୍ଜୁନ ଚରିତ୍ର ପାଇଁ ୨୩ ହଜାର ଲୋକ ଅଡିସନ୍ ଦେଇଥିଲେ ଓ ସେମାନଙ୍କ ମଧ୍ୟରେ ଫିରୋଜ ହିଁ ମନୋନୀତ ହୋଇଥିଲେ । ଏପରି ପରିସ୍ଥିତିରେ ଫିରୋଜ ଅର୍ଜୁନ ଚରିତ୍ରକୁ ଅନୁକରଣ କରିବା ପାଇଁ ନିଜ ନାମ ଅର୍ଜୁନ ବୋଲି ନେବା ଉଚିତ୍ ବୋଲି ସେ ତାଙ୍କୁ ପରାମର୍ଶ ଦେଇଥିଲେ । ସେମିତିରେ ବି ତାଙ୍କ ଇଣ୍ଡଷ୍ଟ୍ରିରେ ଅର୍ଜୁନ ନାମରେ କେହି ଅଭିନେତା ନଥିଲେ ।
ଫିରୋଜ ଖାନ ମହାଭାରତ ଭଳି ପୌରଣିକ ସିରିୟାଲ ସହିତ ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ୧୯୮୮ ମସିହାରେ ନିର୍ମିତ ମହାଭାରତ’ରେ ସେ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲେ । ଏହାପୂର୍ବରୁ ୧୯୮୪ ରେ ‘ମଞ୍ଜିଲ-ମଞ୍ଜିଲ’ ନାମକ ଏକ ସିନେମାରେ ଫିରୋଜ ଅଭିନୟ କରିଥିଲେ । ସେ ହିନ୍ଦୀ ସିନେମାରେ ଅନେକ ପ୍ରକାରର ଚରିତ୍ରରେ ବି ଅଭିନୟ କରିଥିଲେ ।