‘ଇଶ୍ ପ୍ୟାର୍ କୋ କିୟା ନାମ ଦୁଁ’ ଓ ‘ଇଶ୍କବାଜ୍’ ରେ ଜବରଦସ୍ତ ଅଭିନୟ କରିଥିବା ଏହି ଅଭନେତ୍ରୀ ଡାକ୍ତରଖାନାରେ ଭର୍ତ୍ତି,

TV star Shrenu Parikh

କରୋନା ଭାଇରସ ମହାମାରୀ ଯୋଗୁ ସାରା ଦେଶରେ ପ୍ରାୟ ୪ମାସରୁ ଅଧିକ ସମୟ ଧରି ଲକଡାଉନ୍ ଜାରି ରହିଛି। ଏବଂ ଏହାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଲିଉଡ ସମେତ ଅନେକ ଟିଭି କଳାକାରମାନେ ମଧ୍ୟ ଏହି ଭାଇରସ ଦ୍ୱାରା ସଂକ୍ରମଣ ର ଶିକାର ହେଉଛନ୍ତି।

ଏହାର ପ୍ରଭାବ ରୁ ଟିଭି ଅଭିନେତ୍ରୀ ଶ୍ରେନୁ ପାରିକ୍‌ (TV star Shrenu Parikh) ମଧ୍ୟ ବର୍ତି ପାରିନାହାନ୍ତି,ସେ ମଧ୍ୟ କରୋନା ପଜିଟିଭ ଥିବା ଜଣାପଡିଛି। ‘ଇଶ୍ ପ୍ୟାର୍ କୋ କିୟା ନାମ ଦୁଁ’,‘ଇଶ୍କବାଜ୍’ ରେ ଜବରଦସ୍ତ ଅଭିନୟ କରିଥିବା ଶ୍ରେନୁ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଶ୍ରେନୁ ନିଜ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ସୂଚନା ଦେଇ ଏକ ପୋଷ୍ଟ ସେୟାର କରିଛନ୍ତି।

https://www.instagram.com/p/CCpkpfFnrAh/?utm_source=ig_embed

ସେ ନିଜ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ‘ସମସ୍ତ ଲୋକ କିଛି ସମୟ ପାଇଁ ମୋ ଠାରୁ ଦୂରେଇ ଯାଇଛନ୍ତି। କିଛି ଦିନ ପୂର୍ବେ ମୁଁ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲି। ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଧିରେ ଧିରେ ଠିକ୍‌ ହେଉଛି। ମୁଁ ସମସ୍ତ କରୋନା ଯୋଦ୍ଧାଙ୍କୁ ହୃଦୟର ସହ କୃତଜ୍ଞତା ଜଣାଉଛି। ଏଭଳି ବିପଦ ସମୟରେ ମଧ୍ୟ ଆମମାନଙ୍କୁ ସାହାଯ୍ୟ କରୁଛନ୍ତି।’

Leave a Reply

Your email address will not be published. Required fields are marked *