ପାକିସ୍ତାନରେ ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍, ହ୍ଵାଟସ୍ଆପ୍, ଟିକଟଟ୍ ଏବଂ ଟେଲିଗ୍ରାମ ଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସୋସିଆଲ ମିଡ଼ିଆ ଆପଗୁଡ଼ିକ ସକାଳ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ ନିଷେଧ କରାଯାଇଛି । ଶୁକ୍ରବାର ଦିନ ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।
ପାକିସ୍ତାନ ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟି (PTA) ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନର ଗୃହ ମନ୍ତ୍ରଣାଳୟ । ଖବର ଅନୁଯାୟୀ, କୌଣସି ଦଳ ହିଂସା କରିବା ପରେ ଆଇନ ଶୃଙ୍ଖଳାକୁ ରକ୍ଷା କରିବା ପାଇଁ ଏହି ପ୍ରତିବନ୍ଧକ ଲଗାଯାଇଛି ।

ପାକିସ୍ତାନରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ରୋକିବାରେ ବିଫଳ ହୋଇଥିବା ପାକିସ୍ତାନ ସରକାର, ବର୍ତ୍ତମାନ ଲୋକଙ୍କ ଅଭିବ୍ୟକ୍ତି ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ସୂଚନାଥାଉ ଯେ ପାକିସ୍ତାନର ସୋସିଆଲ ମିଡ଼ିଆରେ ଏହିପରି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିପାଇଁ ପାକିସ୍ତାନୀ ପୋଲିସ ଦୁବୃର୍ତ୍ତଙ୍କ ସାମ୍ନାରେ ଆଣ୍ଠେଇ ପଡ଼ିଛି ।