ବିହାରର ମୁଜାଫରପୁରରେ ଗୋଟିଏ ପରିବାରର ୨ ଜଣ ସଦସ୍ୟଙ୍କ ହତ୍ୟା ପରେ ପରିବାର ଲୋକେ ହତ୍ୟା ବଦଳରେ ଅଭିଯୁକ୍ତଙ୍କ ମୃତ୍ୟୁ ଦାବି କରୁଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ହତ୍ୟା ପରିବର୍ତ୍ତେ ହତ୍ୟା କରାଯିବା ଉଚିତ୍ । ଜିଲ୍ଲାରେ କ୍ରମାଗତ ହତ୍ୟା ଘଟଣା ପରେ ଲୋକମାନେ ଆଇନ ବିପକ୍ଷରେ ଯାଇ ନ୍ୟାୟ କଥା କହିବା ଆରମ୍ଭ କଲେଣି ।
ଗୁରୁବାର ଦିନ ମୁଜାଫରପୁରର ଅହିପୁର ଥାନା ଅଞ୍ଚଳରେ ଏକା ସାଙ୍ଗରେ ଦୁଇଟି ସ୍ଥାନରେ ୨ ଟା ମୃତଦେହ ମିଳିଥିଲା । ଉଭୟ ମୃତଦେହ ପ୍ରାୟ ୨୫ ବର୍ଷୀୟ ଯୁବକଙ୍କର ଅଟେ । ମୃତଦେହ ମିଳିବା ପରେ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଉଭୟ ଯୁବକଙ୍କୁ ହତ୍ୟା କରିବା ପରେ ମୃତଦେହକୁ କେଉଁଠି ପୋତି ଦିଆଯାଇଥିଲା ଯାହା ପୋଲିସ ମଧ୍ୟ ଜାଣି ପାରିନଥିଲା । ଗୋଟିଏ ମୃତଦେହ SKMCH ପଛରେ ଥିବା ଗର୍ତ୍ତରୁ ଉଦ୍ଧାର ହୋଇଥିବା ବେଳେ ଅନ୍ୟଟି ଫତେହପୁରରେ ଉଦ୍ଧାର କରାଯାଇଛି ।

ପରିବାର ଅଭିଯୋଗ କରିଛନ୍ତି ଯେ ସମ୍ପର୍କୀୟ ୨ ଜଣ ଯୁବକଙ୍କୁ ଜନ୍ମଦିନ ଭୋଜି ନାଁରେ ଡାକି ନେଇ ମାରିଦେଇଛନ୍ତି । ଘଟଣାସ୍ଥଳରେ ଅହିୟପୁର ଥାନା ମୁଖ୍ୟ ସୁନୀଲ କୁମାର ପହଞ୍ଚି ବୁଝାସୁଝା କଲାପରେ ଯାଇ ପରିବାର ଲୋକ ଶାନ୍ତ ହେଲେ । ଏହି ଘଟଣାରେ ପରିବାର ସଦସ୍ୟ କହିଛନ୍ତି ଯେ ଘଟଣାର ପ୍ରାୟ ୨୪ ଘଣ୍ଟା ବିତିଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ଅପରାଧି ଗିରଫ ହୋଇନାହାନ୍ତି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ପରିବାର ସଦସ୍ୟ ପୋଲିସ ଅଧିକାରୀଙ୍କୁ ନ୍ୟାୟ ଦାବି କରୁଛନ୍ତି ।