ସଡ଼କ ଦୁର୍ଘଟଣା : ଗୋଟିଏ ପରିବାରର ଦୁଇ ଜଣ ମୃତ ; ବାଇକ୍ ରେ ବସି ଯାଉଥିଲେ ୫ ଜଣ

ସଂସ୍କାର : ବାଇକ୍ ରେ ବସି ଯାଉଥିଲେ ଗୋଟିଏ ପରିବାରର ୫ ଜଣ। ଯାହାକି ସେମାନଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ସଡକ ଦୁର୍ଘଟଣାରେ ଏହି ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶ ରାଜ୍ୟରେ। ମଧ୍ୟପ୍ରଦେଶର ଅଶୋକନଗର ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବାର ଖବର ଜାତୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି।

ଏଠାରେ ଏକ ବାଇକ୍ ଏବଂ ପିକଅପ୍ ମଧ୍ୟରେ ଶକ୍ତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ତିନିଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି। ତାଙ୍କର ଚିକିତ୍ସା ଚାଲିଛି। ଖବର ସୁତରୁ ଜଣାପଡିଛି ଯେ, ୫ ଜଣ ଲୋକ ଏକ ବାଇକ୍ ରେ ଯାଉଥିଲେ। ଆଉ ପିକଅପ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଥିଲା। ତେବେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଜଣେ ଯୁବକ ଅଛନ୍ତି।

ଏହି ଘଟଣା ବାହାଦୁରପୁର ପୋଲିସ ଷ୍ଟେସନ ପରିସରର ଅଟ୍ରେଜୀ ଗ୍ରାମ ନିକଟରେ ଘଟିଛି। ଯେଉଁଠାରେ ଅଟ୍ରେଜୀ ରାଜ୍ୟ ରାଜପଥରେ ଏକ ବାଇକ୍ ଏବଂ ପିକଅପ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁ କାରଣରୁ ବାଇକ୍ ଚଳାଉଥିବା ୨ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *