ମାଗଣାରେ LPG ସଂଯୋଗ ସହିତ ୧୬୦୦ ଟଙ୍କା ଦେଉଛନ୍ତି ସରକାର : ଜାଣନ୍ତୁ କିପରି ଆପଣ ମଧ୍ୟ ଏହାର ଲାଭ ଉଠାଇ ପାରିବେ

ଫେବୃୟାରୀ ୧ ତାରିଖରେ ଉପସ୍ଥାପିତ ହୋଇଥିବା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଜୱାଲା ଯୋଜନା ଅଧୀନରେ ୧ କୋଟି ଅଧିକ ଗ୍ୟାସ ସଂଯୋଗ ଦେବାକୁ ଘୋଷଣା କରିଛନ୍ତି । ମାଗଣା LPG ଯୋଜନା (ଉଜୱାଲା) କୁ ସମ୍ପ୍ରସାରଣ କରାଯିବା ସହିତ ଆଉ ଏକ କୋଟି ହିତାଧିକାରୀଙ୍କୁ ଏହା ଅଧୀନକୁ ଅଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ତେବେ ୨୦୧୧ ଜନଗଣନା ଅନୁଯାୟୀ, BPL ବର୍ଗରେ ଥିବା ପରିବାରମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ଖୁବ୍ ଶୀଘ୍ର ଏକ କୋଟି ମହିଳା ଏହି ଉଜୱାଲା ଯୋଜନାର ଲାଭ ଉଠାଇ ପାରିବେ । ପ୍ରଧାନ ମନ୍ତ୍ରୀ ଉଜୱାଲା ଯୋଜନା ଅନୁଯାୟୀ ସରକାର ଦାରିଦ୍ର ସୀମାରେଖା ତଳେ ରହୁଥିବା ପରିବାରକୁ ଘରୋଇ ରୋଷେଇ ଗ୍ୟାସ (LPG) ଯୋଗାଉଛନ୍ତି । ଏହି ଉଜୱାଲା ଯୋଜନା ଅଧୀନରେ ସମୁଦାୟ ୮ କୋଟି BPL ପରିବାରଙ୍କୁ ମାଗଣାରେ LPG ସଂଯୋଗ ଯୋଗାଇବାର ଲକ୍ଷ୍ୟ ରହିଛି । କେବଳ ସେତିକି ନୁହେଁ, ଏହାସହିତ ସେମାନଙ୍କୁ ୧୬୦୦ ଟଙ୍କାର ଆର୍ଥିକ ସହାୟତା ବି ପ୍ରଦାନ କରିବେ । ଏହି ଅର୍ଥ LPG ଗ୍ୟାସ ସଂଯୋଗ କିଣିବା ପାଇଁ ହେବ । ଏହା ସହିତ ଷ୍ଟୋଭ୍ କିଣିବା ଏବଂ ପ୍ରଥମ ଥର ପାଇଁ LPG ସିଲିଣ୍ଡର ଭରିବାରେ ଲାଗିଥିବା ଖର୍ଚ୍ଚକୁ କିସ୍ତି (EMI)ର ସୁବିଧା ମଧ୍ୟ ଯୋଗାଇ ଦିଆଯାଇପାରେ ।

ଆଜି ବି ଗାଁର ଲକ୍ଷ ଲକ୍ଷ ମହିଳା କାଠ ଏବଂ ଗାଈ ଗୋବରରେ ଖାଦ୍ୟ ରାନ୍ଧନ୍ତି, ଯେଉଁ କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ତେବେ କେବଳ BPL ପରିବାରର ମହିଳା ହିଁ ଉଜୱାଲା ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ପାଇବାକୁ ଆବେଦନ କରିପାରିବେ । ଏଥିପାଇଁ, KYC ଫର୍ମ ପୂରଣ କରି ନିକଟସ୍ଥ LPG କେନ୍ଦ୍ରରେ ଦେବାକୁ ହେବ । ଆବେଦନ କରିବାବେଳେ, ଆପଣଙ୍କୁ କହିବାକୁ ବି ପଡ଼ିବ ଯେ ଆପଣ ୧୪.୨ କିମ୍ବା କିମ୍ବା ୫ କିଲୋଗ୍ରାମ ସିଲିଣ୍ଡର ନେବାକୁ ଚାହୁଁଛନ୍ତି । ଏ ଫର୍ମକୁ ଅନଲାଇନ ଡାଉନଲୋଡ୍ କରିପାରିବେ କିମ୍ବା LPG କେନ୍ଦ୍ରରୁ ନେଇପାରିବେ ।

ପଞ୍ଚାୟତ ଅଧିକାରୀ କିମ୍ବା ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀଙ୍କ ଦ୍ଵାରା ଅଧିକୃତ BPL କାର୍ଡ଼, BPL ରେସନ୍ କାର୍ଡ଼, ଆଧାର କାର୍ଡ଼, ଭୋଟର ID, ପାସପୋର୍ଟ ସାଇଜ୍ ଫଟୋ, ରେସନ କାର୍ଡ଼ର କପି, ଗେଜେଟେଡ୍ ଅଫିସରଙ୍କ ଦ୍ଵାରା ଯାଞ୍ଚ କରାଯାଇଥିବା ଆତ୍ମ-ଘୋଷଣା ପତ୍ର, LIC ପଲିସି, ବ୍ୟାଙ୍କ ଷ୍ଟେଟମେଣ୍ଟ ଆଦି ସାଙ୍ଗରେ ନେଇ ଯିବାକୁ ଆଦୌ ଭୁଲିବେନି ।

Leave a Reply

Your email address will not be published. Required fields are marked *