ଶାଶୁଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହ୍ୟ କରି ପାରିଲେନି ଜ୍ୱାଇଁ , ଲାଇଭ୍ ଭିଡ଼ିଓରେ କଲେ ଆତ୍ମହତ୍ୟା !

ସଂସ୍କାର : ଶାଶୁ ଦେଉଥିଲେ ମାନସିକ ନିର୍ଯ୍ୟାତନା , ଆଉ ଏହି ମାନସିକ ନିର୍ଯ୍ୟାତନାକୁ ସହ୍ୟ ନ କରିପାରି ଜ୍ୱାଇଁ କଲେ ବିଷ ପିଇ ଆତ୍ମହତ୍ୟା। ସେପଟେ ବର୍ତ୍ତମାନ ଯୁବକଙ୍କ ଆତ୍ମହତ୍ୟାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରଲ୍ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଶାକ୍ଷ୍ୟ ପ୍ରମାଣ କରି ପୋଲିସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନସ୍ଥ ଶକୁନ୍ତଳାପୁର ଗ୍ରାମରେ । ଉକ୍ତ ଗ୍ରାମର ବୀରକିଶୋର ରଣାଙ୍କ ପୁଅ ରତିକାନ୍ତ ରଣା ସ୍ଥାନୀୟ ନୂଆଗାଁ ଅଂଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହର କିଛି ମାସ ପରେ ରତିକାନ୍ତଙ୍କ ଶାଶୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଉଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି।

ତେବେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଆତ୍ମହତ୍ୟା କରିଥିବା ଜ୍ୱାଇଁ ଜଣଙ୍କୁ ଉକ୍ତ ଯୁବତୀ ଏକ ମିଛ ମାମଲାରେ ଫସାଇ ଜେଲ୍‌ ପଠାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଜେଲ୍‌ରୁ ମୁକୁଳିବା ପାଇଁ ସର୍ତ୍ତ ରଖିଥିଲେ ଯୁବତୀଙ୍କ ମାଆ । ସର୍ତ୍ତ ଅନୁସାରେ ଜେଲ୍‌ରୁ ବାହାରିବା ପରେ ରତିକାନ୍ତ ସେହି ଯୁବତୀଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କ ଶାଶୁ ଆଉ କେସ୍‌ ଉଠାଇନଥିଲେ ।

ଅନ୍ୟପଟେ ଏହି କେସ୍ କୁ ଅସ୍ତ୍ର କରି ଶାଶୁ ଜଣଙ୍କ ସେହି ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ଶାଶୁ ତାଙ୍କୁ ବାରମ୍ବାର ନିର୍ଯାତନା ଦେବା ସହ ଧମକ ଦେଉଥିବାରୁ ଗତ ୯ ତାରିଖ ଦିନ ରତିକାନ୍ତ ବିଷ ପିଇ ଆତ୍ମହତ୍ୟା କରିଥିଲେ । ତେବେ ଆତ୍ମହତ୍ୟା ପୂର୍ବରୁ ଶାଶୁ ନିର୍ଯ୍ୟାତନା ଦେଉଥିବା ଏକ ଭିଡିଓରେ କହିଥିଲେ ରତିକାନ୍ତ । ଯାହାକି ଏବେ ଭାଇରଲ ହୋଇଛି। ଅନ୍ୟପକ୍ଷରେ ପୋଲିସ୍ ରତିକାନ୍ତଙ୍କ ଶାଶୁକୁ ଗିରଫ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *