ବର୍ଷକୁ 5 ଦିନ ବିନା ପୋଷାକରେ ରୁହନ୍ତି ଏଠାକାର ମହିଳାମାନେ, ସ୍ୱାମୀ ମଧ୍ୟ ଦୁରେଇ ରୁହନ୍ତି ପତ୍ନୀଙ୍କ ଠୁ, ଜାଣନ୍ତୁ କାହିଁକି…

ସାରା ବିଶ୍ୱରେ ଏପରି ଅନେକ ପ୍ରଥା ଅଛି, ଯାହା ଜାଣିବା ପରେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ । ଭାରତ ଏକ ଏମିତି ଦେଶ ଯେଉଁଠାରେ ବର୍ଷ ବର୍ଷ ଧରି ସଂସ୍କୃତି ଓ ପରମ୍ପରାଗୁଡ଼ିକର ଅନୁସରଣ କରାଯାଇ ଆସୁଅଛି । ଆଜି ବି ପୁରାତନ ପରମ୍ପରାର ବିଶ୍ୱାସକୁ ନେଇ ଅନେକ ସ୍ଥାନରେ ପାଳନ କରାଯାଏ । ମିଳିଥିବା ଏକ ସୂଚନା ଅନୁସାରେ ହିମାଚଳ ପ୍ରଦେଶର ମାଣିକର୍ଣ୍ଣ ଉପତ୍ୟକାର ପିନି ଗ୍ରାମରେ ଏହିପରି ଏକ ପ୍ରଥା ପ୍ରଚଳିତ ଅଛି ।

ପ୍ରଥାନୁସାରେ ପତ୍ନୀ ୫ ଦିନ ବିନା ପୋଷାକରେ ରୁହନ୍ତି । ଏହି ୫ ଦିନ ଯାକ ସ୍ୱାମୀ-ସ୍ତ୍ରୀ ପରସ୍ପର ସହ କଥାବାର୍ତ୍ତା କରନ୍ତି ନାହିଁ କି ଥଟ୍ଟା ମଜା ବି କରନ୍ତି ନାହିଁ । ଏହି ସମୟ ମଧ୍ୟରେ ଗାଁର କୌଣସି ପୁରୁଷ ମଧ୍ୟ ମଦ୍ୟପାନ କରନ୍ତି ନାହିଁ । ଶତାବ୍ଦୀ ଧରି ଚାଲିଆସୁଥିବା ଏହି ପ୍ରଥାକୁ ଲୋକେ ତଥାପି ବିଶ୍ଵାସ କରନ୍ତି । ଶ୍ରାବଣ ମାସର ୫ ଦିନ ସ୍ୱାମୀ-ସ୍ତ୍ରୀଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ ପଡ଼େ । କୁହାଯାଏ ଯେ ଏହି ସମୟରେ ମହିଳାମାନେ ପୋଷାକ ପିନ୍ଧନ୍ତି ନାହିଁ ବରଂ ପଶମରୁ ତିଆରି ପାହାଡ଼ି କପଡ଼ା ଅର୍ଥାତ ପଟ୍ଟୁ କୁହାଯାଏ ।

ଏହି ପରମ୍ପରା ପଛର ଏକ କାହାଣୀ ହେଉଛି ସ୍ଥାନୀୟ ଲୋକେ ବିଶ୍ଵାସ କରନ୍ତି ଯେ ଲାହୁଆ ଘୋଣ୍ଡର ପ୍ରସିଦ୍ଧ ଦେବତା ପିନି ଗ୍ରାମରେ ପହଞ୍ଚିବା ପରେ ସେହି ସମୟରେ କିଛି ଭୂତ ଏହାକୁ ଦଖଲ କରିଥିଲେ । ଏଠାରେ ଥିବା ଲୋକମାନେ ଅଗଷ୍ଟ ମାସରେ ଭଦୋ ସଙ୍କ୍ରାନ୍ତିକୁ କଳା ମାସ ବୋଲି ମଧ୍ୟ କହନ୍ତି । ଏହି ଦିନ, ଭଗବାନ ଲାହୁଆ ଘୋଡ ପିନି ଗାଁରେ ପାଦ ରଖିଥିଲେ ଏବଂ ପରେ ଏଠାରେ ଉପସ୍ଥିତ ଭୂତମାନଙ୍କୁ ଧ୍ୱଂସ କରିଥିଲେ । ଏହା ପରେ ଏହି ପ୍ରଥା ଆରମ୍ଭ ହୋଇଥିଲା ଏବଂ ସେବେଠାରୁ, ଏହି ପ୍ରଥା ଚାଲି ଆସିଛି ।

Leave a Reply

Your email address will not be published. Required fields are marked *