ୟାକୁ ହିଁ କୁହନ୍ତି ଏକତା : ଗାଁ ଲୋକଙ୍କ ସହାୟତାରେ ଝିଅର ହେଲା ବିବାହ, ଦେଖନ୍ତୁ VIDEO

ସଂସ୍କାର : ଅର୍ଥ ଅଭାବରୁ ହୋଇପାରୁନଥିଲା ବିବାହ । କିନ୍ତୁ ଗାଁ ଲୋକଙ୍କ ସହାୟତା ଯୋଗୁଁ ଜଣେ ଗରିବ ଝିଅର ବିବାହ ହେବା ଘଟଣା ଏବେ ବେଶ୍ ଚର୍ଚ୍ଚାର ବିର୍ଷୟ ପାଲଟିଛି । କେବଳ ସେତିକି ନୁହେଁ ଗାଁ ଲୋକଙ୍କ ମଧ୍ୟରେ ଥିବା ଏକତା ଓ ମହାନତା ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଗାଁର ନାମ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳ ଅନ୍ତର୍ଗତ ଚାଲୁଣି ଗାଁ। ଏହି ଗାଁ ର ସୁନୀତା ନାମୀ ଝିଅର ବାହାଘର ପାଇଁ ଗାଁ ଲୋକେ ଚାନ୍ଦା ଆଦାୟ କରି ବାହାଘର କାର୍ଯ୍ୟ ସମ୍ପର୍ଣ୍ଣ କରିଛନ୍ତି। ସୁନିତା, ମୁରଲି ନାମକ ଜଣେ ଯୁବକଙ୍କୁ ବିବାହ କରିଛନ୍ତି।

ବାପା ମା’ ସ୍ଥାନରେ ରହିଥିଲେ ଗାଁ ଲୋକ। ଏହି ଗାଁର ରୁକ୍ମିଣୀ ବେହେରା ନାମକ ଜଣେ ମହିଳା ତାଙ୍କର ଦୁଇ ପୁଅ ଓ ଝିଅଙ୍କ ସହ ବହୁ ଅଭାବରେ ରହିଆସୁଥିଲେ। ସ୍ୱାମୀ ଆରପାରିକୁ ଚାଲିଯାଇଥିବାରୁ ବହୁତ ଦୁଃଖ କଷ୍ଟରେ ଚଳୁଥିଲେ ଏମାନେ। ଏଭଳି ସମୟରେ ଝିଅ ସୁନୀତାଙ୍କ ବିବାହ ସମୟ ଉପନୀତ ହେବା ପରେ ପୂରା ଗାଁ ଲୋକ ଏକାଠି ହୋଇ ରୁକ୍ମିଣୀଙ୍କୁ ସହାୟତା କରିବା ସହିତ ସୁନୀତାଙ୍କର ବିବାହ ଚାନ୍ଦା ଆଦାୟ କରି କରାଇଛନ୍ତି । ଗାଁ ଲୋକମାନଙ୍କ ମଧ୍ୟରୁ କିଏ ବାସନକୁସନ ଦେଇଥିଲେ କିଏ ଅନ୍ୟାନ୍ୟ ସାମଗ୍ରୀ । ଗାଁ ମୁରବୀଙ୍କ ଉପସ୍ଥିତିରେ ଶେଷରେ ସୁନୀତା ଶାଶୂଘର ଯାଇଛନ୍ତି ।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *