ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ : ଏ ହାତରେ ୨୫୦୦ ଟଙ୍କା ଦିଅ, ଆର ହାତରେ କରୋନା ନେଗେଟିଭ ରିପୋର୍ଟ ନିଅ

କରୋନା ପଜିଟିଭ୍ ଅର୍ଥାତ୍ ସବୁ ସାମାଜିକ କାମରୁ ବାଛନ୍ଦ । ତେଣୁ କିପରି ତୁରନ୍ତ ଏ କଟକଣାରୁ ପିଛା ଛଡ଼ାଇ ହେବ ସେନେଇ ଏପରି ଏକ କଳା କାରନାମାର ସୂତ୍ରପାତ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଗୋଟିଏ ହାତରେ ୨୫୦୦ ଟଙ୍କା ଦିଅନ୍ତୁ ଆର ହାତରେ ନିଅନ୍ତୁ କରୋନା ନେଗେଟିଭ ରିପୋର୍ଟ । ଆଜ୍ଞା ହଁ, ଏପରି ଅଭାବନୀୟ ଘଟଣା ଘଟିଛି ମେରଠର ଏକ ନର୍ସିଂ ହୋମରେ ।

ଗତ କିଛି ଦିନ ହେଲା ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ କୋଭିଡ଼-୧୯ ଭାଇରସର ନେଗେଟିଭ ରିପୋର୍ଟ ଦେବାକୁ କହୁଛନ୍ତି ଆଉ ପ୍ରତିବଦଳେ ୨୫୦୦ ଟଙ୍କା ଦେବାକୁ ଦାବି କରିଛନ୍ତି । କରୋନା ମହାମାରୀ ବିଶ୍ଵ ସ୍ୱାସ୍ଥ୍ୟ ସଙ୍କଟ ସମୟରେ ବି ନିଜ ମନ୍ଦ ପ୍ରବୃତ୍ତି ଛାଡୁନାହାନ୍ତି କେତେକ ଅସାମାଜିକ ବ୍ୟକ୍ତି ।

ସୂଚନା ଅନୁଯାୟୀ ଭାଇରାଲ ହୋଇଥିବା ଏହି ଭିଡ଼ିଓଟି ଉତ୍ତରପ୍ରଦେଶର ମେରଠ ସହରରେ ଥିବା ଏକ ନର୍ସିଂହୋମର । ମାତ୍ର ୨୫୦୦ ଶହ ଟଙ୍କା ବଦଳରେ କୌଣସି ବି ବ୍ୟକ୍ତି କରୋନା ନେଗେଟିଭ ରିପୋର୍ଟ ନେଇପାରିବେ । ଅବଶ୍ୟ ଏ ଭିଡ଼ିଓ ଭାଇରାଲ ହେଲାପରେ ସଂପୃକ୍ତ ନର୍ସିଂହୋମକୁ ସିଲ୍ କରିଦିଆଯାଇଛି ଓ ତାର ଲାଇସେନ୍ସକୁ ରଦ୍ଦ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *