ଉତ୍ତର ପ୍ରଦେଶରେ କରୋନାର ସଂକ୍ରମଣ ସ୍ଥିତି ଭୟଙ୍କର ହୋଇଚାଲିଛି । ଉତ୍ତର ପ୍ରଦେଶ ଭିତରେ ସବୁଠାରୁ ଖରାପ ପରିସ୍ଥିତି ଲକ୍ଷ୍ନୌର । ରବିବାର ଦିନ ଲକ୍ଷ୍ନୌର ଭାଜପା ବିଧାୟକ ସୁରେଶ ଶ୍ରୀବାସ୍ତବଙ୍କ ପତ୍ନୀ ମାଳତୀ ଶ୍ରୀବାସ୍ତବଙ୍କ ନିଧନ କରୋନା କାରଣରୁ ହେବା ଜଣାପଡ଼ିଛି । ଦୁଇ ଦିନ ପୂର୍ବରୁ ଶୁକ୍ରବାର ଦିନ ଭାଜପା ବିଧାୟକ ସୁରେଶ ଶ୍ରୀବାସ୍ତବଙ୍କର ମଧ୍ୟ କରୋନାରେ ପରଲୋକ ହୋଇଥିଲା । ବିଧାୟକ, ତାଙ୍କ ପତ୍ନୀ ଏବଂ ପୁଅ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ତାଙ୍କ ପୁଅଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ନୌ ପଶ୍ଚିମ ଭାଗରେ ଭଜପା ଦଳରୁ ବିଧାୟକ ରହିଥିବା ସୁରେଶ ଶ୍ରୀବାସ୍ତବ କରୋନା ପଜିଟିଭ ହେଲାପରେ ତାଙ୍କୁ ଗାନ୍ଧୀ ଆୟୁର୍ବିଜ୍ଞାନ ସଂସ୍ଥାନରେ ଭର୍ତ୍ତି କରାଯାଇଥିଲା । ୭ ଦିନ ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେପଟେ ତାଙ୍କ ପତ୍ନୀ ମାଳତୀ ଶ୍ରୀବାସ୍ତବଙ୍କୁ ସେଣ୍ଟ ଯୋଶେଫ ହସ୍ପିଟାଲରେ ଭର୍ତ୍ତି ଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିଲା, ହେଲେ ଆଜି ତାଙ୍କର ବି ପରଲୋକ ହୋଇଯାଇଛି । ତେବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଏନେଇ ଶୋକ ବ୍ୟକ୍ତ କରିଛନ୍ତି ।