ବନ୍ୟା ସମୟରେ ଆଳୁ ହେଲା ପ୍ରଧାନମନ୍ତ୍ରୀ ! କିନ୍ତୁ ସେ ବି ଦେଲା ଧୋକା, ଦେଖନ୍ତୁ VIDEO

ସଂସ୍କାର : ନିର୍ବାଚନରେ ଠିଆ ହେବା ଆଳୁ ! କଥା ଟି କୌତୁକିଆ ହୋଇଥିଲେ ବି ସତ। କାରଣ ଯେଉଁଭଳି ପରିବା ଦର ଆକାଶ ଛୁଆଁ ହୋଇଛି , ଯଦି ପନିପରିବା ମଧ୍ୟରେ ନିର୍ବାଚନ କରାଯାଏ ତେବେ ଆଳୁକୁ ଅଧିକ ଖାଉଟି ଭୋଟ ଦେବେ। ଏକଥା ଆମେ କହୁନୁ , ପରିବା କିଣିବାକୁ ଯାଉଥିବା ଗ୍ରାହକ କହୁଛନ୍ତି।

ରାଜ୍ୟରେ ବନ୍ୟା କାରଣରୁ ଅମଳ ହେବାକୁ ଥିବା ପନିପରିବା ପାଣିରେ ଭାସି ଯାଇଛି। ଯାହାର ସିଧା ପ୍ରଭାବ ପଡିଛି ପରିବା ବଜାର ଉପରେ। ବଜାରରେ କଲରା ୬୦ ଟଙ୍କା, ବାଇଗଣ ୫୦ ଟଙ୍କା, ଭେଣ୍ଡି ୬୦ ଟଙ୍କା, କାଙ୍କଡ଼ା ୫୦ ଟଙ୍କା ଆଉ ଜହ୍ନି ୭୦ ଟଙ୍କା ଛୁଇଁଲାଣି। କିନ୍ତୁ ସମସ୍ତଙ୍କ ନଜର ଆଳୁ ଉପରେ ରହିଥିବାରୁ ଆଳୁ ଏବେ ସମସ୍ତଙ୍କୁ ନିରାଶ କରିଛି । କାରଣ ଆଳୁ କିଲୋ ପିଛା ୨୮ ରୁ ୩୦ ଟଙ୍କା ଛୁଇଁଲାଣି। କିନ୍ତୁ ଆଳୁ ନିରାଶ କଲେ ବି ଲୋକେ ଅଳ୍ପ ବହୁତ ଘରକୁ କିଣି ଆଳୁ ନେଉଛନ୍ତି।

ଏବେ ଆଳୁକୁ ନିର୍ବାଚନରେ ବୋଧହୁଏ ଛିଡା କଲେ ଜିତିଯିବ, କାରଣ ବାକି ଯେତେକ ପନିପରିବା ଯେତେବେଳେ ଧୋକା ଦେଲେ ଆଳୁ ହିଁ ସମସ୍ତଙ୍କ ଭରଷା ସାଜିଛି । ଜହ୍ନି, କଲରା, ବାଇଗଣ ପରି ପରିବାରେ ହାତ ଦେଉ ହେଉନାହିଁ ଆଉ। ହେଲେ ଆଳୁ ସମସ୍ତଙ୍କ ଅତି ପ୍ରିୟ , ସବୁ ପରିବା ରେଟ ବଢିଯାଉଥିଲେ ମଧ୍ୟ ସାହାରା ସାଜିଛି ଆଳୁ ।

ବନ୍ୟା ଆସିଲା ସବୁ ଧୋଇ ହୋଇଗଲା । ପରିବା ଦର ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ଆଉ ଅଳ୍ପ ଦିନ ପରେ ସୁନା ଦୋକାନରେ ମିଳିବ ସବୁ ପନିପରିବା। ୫୦ ଟଙ୍କା ତଳକୁ ଆଉ କୌଣସି ପରିବା ମିଳୁନି । ବନ୍ୟା ଠିକ ଅମଳ ସମୟରେ ଆସି ସବୁ ଉଜାଡିଦେଇଗଲା । ଯାହା ଫଳରେ ଚାଷୀମାନେ କ୍ଷତି ସହିଲେ । ଏବେ ଖାଉଟି ବି କାନ୍ଦୁଛନ୍ତି ।

Leave a Reply

Your email address will not be published. Required fields are marked *