ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ଷ୍ଟ୍ରୋକ୍ : କରୋନା କାରଣରୁ ଏହି ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ନେଲେ ଅନ୍ତିମ ବିଦାୟ

ମୁମ୍ବାଇ : ବଲିଉଡକୁ ଆଉ ଏକ ବଡ଼  ଝଟକା । ଲୋକପ୍ରିୟ ଅଭିନେତା ଇରଫାନ ଖାନ, ଋଷି କପୁର, ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନ ଓ ସିନେ ନିର୍ଦ୍ଦେଶକ ବାସୁ ଚଟାର୍ଜୀ ପରେ ଏବେ ପ୍ରଯୋଜକ ଅନୀଲ ସୁରି ସମସ୍ତଙ୍କୁ ବିଦାୟ ଦେଇଛନ୍ତି । କରୋନା ଭାଇରସରେ ଆକ୍ରାନ୍ତ ହେଇ ୭୭ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଛନ୍ତି ବୋଲି ତାଙ୍କ ଭାଇ ରାଜୀବ ସୁରୀ ସୂଚନା ଦେଇଛନ୍ତି ।

ଜୁନ ୨ ତାରିଖରେ ତାଙ୍କୁ ଜ୍ଵର ହୋଇଥିବାବେଳେ ଜୁନ ୩ ତାରିଖରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବେଶୀ ଖରାପ ହୋଇଥିଲା ଓ ତାଙ୍କୁ ଶ୍ଵାସକ୍ରିୟାରେ ମଧ୍ୟ କଷ୍ଟ ଅନୁଭୂତ ହେଉଥିଲା । ଦୁଇଟି ହସ୍ପିଟାଲ ତାଙ୍କୁ ଚିକିତ୍ସା କରିବାକୁ ମନା କଲାପରେ ଆଡଭାନ୍ସ ମଲ୍ଟିସ୍ପେଶାଲିଷ୍ଟ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠି ସେ ଭେଣ୍ଟିଲେଟରରେ ରହିଲେ ।

ଗତକାଲି ଗୁରୁବାର ଦିନ ସଞ୍ଜ ୭ ଟା ବେଳେ ତାଙ୍କର ଦେହାନ୍ତ ହେଲା ଓ ତାଙ୍କର ଶେଷକୃତ ଆଜି ସକାଳେ ୱାସିବାରା ଶବାଗାରରେ କରାଗଲା । ଅନ୍ତିମ କାର୍ଯ୍ୟ ସମାପନ ବେଳେ ସେଠାରେ ପରିବାରର ୪ ଜଣ ସଦସ୍ୟ PPE କିଟ ପିନ୍ଧି ଉପସ୍ଥିତ ଥିଲେ । “କର୍ମଯୋଗୀ” ଓ “ରାଜତିଳକ” ଚଳଚ୍ଚିତ୍ରର ପ୍ରୋଯାଜନା ଦାୟିତ୍ଵ ତୁଲାଇଥିଲେ ସ୍ଵର୍ଗତ ଅନିଲ ସୁରୀ ।

Leave a Reply

Your email address will not be published. Required fields are marked *